ETV Bharat / city

ବନ୍ୟା କ୍ଷୟକ୍ଷତି ରିପୋର୍ଟ: ବିଜେପିର ପ୍ରଶ୍ନ, ବିଜେଡିର ଉତ୍ତର - ଜବାବ ରଖିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି

ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟର 24 ଜିଲ୍ଲା ପ୍ରଭାବିତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସରକାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ବିଜେଡିର ଜବାବ କ୍ଷୟକ୍ଷତି ଆକଳନ ସଠିକ ଢଙ୍ଗରେ ହୋଇଛି । ଅଧିକ ପଢ଼ନ୍ତୁ

ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Sep 8, 2022, 9:58 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା କ୍ଷୟକ୍ଷତିକୁ ନେଇ ରାଜନୀତି ଜୋର ଧରିଛି । ଏ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତୁରନ୍ତ ବନ୍ୟା କ୍ଷୟକ୍ଷତି ନେଇ ସରକାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଏହା ବି ପଢ଼ନ୍ତୁ: ବନ୍ୟା କ୍ଷୟକ୍ଷତି ରିପୋର୍ଟ: 14235 ବାସଗୃହ, 33% ଚାଷ ଜମି କ୍ଷତିଗ୍ରସ୍ତ

ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟର 24 ଜିଲ୍ଲା ପ୍ରଭାବିତ ହୋଇଛି । 14, 235 ଟି ବାସଗୃହ, 1236 ଟି ଗାଈ ଗୁହାଳ, 5036 ହେକ୍ଟର ଚାଷ ଜମି ବାଲିଚର ହୋଇଥିବା ବେଳେ 1125 ଟି ଡଙ୍ଗା ଓ ଜାଲ, 28.382 ହେକ୍ଟର ମାଛ ପୋଖରୀ ଓ 483.145 ହେକ୍ଟର ମାଛ ଜାଁଳ ଚାଷ କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଛନ୍ତି । ଏହା ସହ 1, 26, 162 ହେକ୍ଟର ଚାଷ ଜମି ଯାହା ରାଜ୍ୟର ପ୍ରାୟ ଶତକଡା 33 ଭାଗରୁ ଊର୍ଦ୍ଧ୍ବ ଫସଲହାନୀ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ଏହି ବାବଦକୁ 128 କୋଟି 58 ଲକ୍ଷ ଟଙ୍କା କ୍ଷତିଗ୍ରସ୍ତଙ୍କ ଲାଗି ମଞ୍ଜୁର କରାଯାଇଥିବା କୁହାଯାଇଛି । ଯାହାକୁ ନେଇ ରାଜନୀତି ଜୋର ଧରିଛି ।

ସରକାର ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ପଞ୍ଚାୟତବାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ଶ୍ବେତପତ୍ର ଜରିଆରେ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି । ରାଜ୍ୟ ସରକାର ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପୋଷିବା ପାଇଁ କ୍ଷୟକ୍ଷତି ନାଁରେ 128 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିବା ବିଜେପି ଅଭିଯୋଗ କରିଛି ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ବନ୍ୟା କ୍ଷୟକ୍ଷତି ଆକଳନ ସଠିକ ଢଙ୍ଗରେ ଶେଷ ହୋଇଛି । ଏବେ ଯେଉଁ ରିପୋର୍ଟ ଆସିଛି, ସେହି ଆଧାରରେ ସହାୟତା ଘୋଷଣା ହୋଇଛି । ତୃଣମୂଳ ସ୍ତରକୁ ଯାଇ ଆକଳନ ହୋଇଛି, ଯଦି କୌଣସି ସମସ୍ୟା ଥିବ ତେବେ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । ବିରୋଧୀଙ୍କ ଅଭିଯୋଗରେ ବାସ୍ତବତା ନଥିବାରୁ ଶ୍ବେତପତ୍ରର ଆବଶ୍ୟକତା ନାହିଁ । ଏତେ ବଡ଼ ବନ୍ୟା ହେଲା ବିରୋଧୀ ଦଳର କେତେ ଜଣ ଗ୍ରାଉଣ୍ଡକୁ ଯାଇ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ ?"

7 ଦିନରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବ ବୋଲି କୃଷିମନ୍ତ୍ରୀ କହିଥିଲେ । ସେହିଭଳି 15 ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରକୃତ କ୍ଷୟକ୍ଷତି ଆକଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ତରବରିଆ ଭାବେ ଏକ କ୍ଷୟକ୍ଷତି ରିପୋର୍ଟ ପ୍ରକାଶିତ କରିଥିବା ଅଭିଯୋଗ ହୋଇଛି । ଆରୋପ ଏବଂ ପ୍ରତ୍ୟରୋପ ଭିତରେ କ୍ଷତିଗ୍ରସ୍ତଙ୍କ ଜୀବନ ଦୁର୍ବିସହ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.