ETV Bharat / city

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ - ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ । ପରୀ ହତ୍ୟାକାଣ୍ଡକୁ ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଟଳ ରହିଥିଲା ବିରୋଧୀ ବିଜେପି। ଅଧିକ ପଢ଼ନ୍ତୁ...

ବିଧାନସଭା ଗୃହରେ ବିରୋଧିଙ୍କ ହଟ୍ଟଗୋଳ, ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

author img

By

Published : Nov 29, 2020, 5:01 PM IST

Updated : Nov 29, 2020, 5:24 PM IST

ଭୁବନେଶ୍ବର: ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ । ପରୀ ହତ୍ୟାକାଣ୍ଡକୁ ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଟଳ ରହିଥିଲା ବିରୋଧୀ ବିଜେପି। କଂଗ୍ରେସ ମଧ୍ୟ ସମାନ ଦାବି ନେଇ ବିଧାନସଭା ଗୃହରେ ହଟ୍ଟଗୋଳ ଜାରି ରଖିଥିଲା। ଏହି ହଟ୍ଟଗୋଳ ମଧ୍ୟରେ ବିରୋଧୀ ବିଜେପିକୁ ମଧ୍ୟ ଟାର୍ଗେଟ କରିଛି କଂଗ୍ରେସ।

ରାଜ୍ୟରେ ବିରୋଧୀ ଦଳ ନେତାଙ୍କ ସୁରକ୍ଷା କବଚ ଭାବେ କାମ କରୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଖାଲି ସେତେକି ନୁହେଁ, ବିଭିନ୍ନ ବିଲକୁ ନେଇ ସଂସଦରେ ବିଜେପିକୁ ବିଜେଡି ସମର୍ଥନ ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ବାହିନୀପତି । ସେହିଭଳି ବିଧାନସଭାରେ ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେଡିକୁ ବିଜେପି ସମର୍ଥନ ଦେଉଥିବା ଅଭିଯୋଗ ହୋଇଛି।

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ଗୃହ ମଧ୍ୟ ଭାଗରେ ଜୋରଦାର ହଙ୍ଗାମା କରିଛି ବିଜେପି। ବିଜେପି ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ବିଭିନ୍ନ ବ୍ୟାନର ଓ ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି । ପ୍ରବଳ ହଟ୍ଟଗୋଳ ସହ ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇବର ଗ୍ଲାସ ଖସାଇ ଦେଇଥିଲେ ବିରୋଧୀ ଦଳ। ଏହାରି ମଧ୍ୟରେ ବାଚସ୍ପତି ବ୍ୟୟ ମଞ୍ଜୁରୀ ବିଲ ଉପରେ ଆଲୋଚନା କରିବା ସହ ଗୃହରେ ଥିବା ସଦସ୍ୟମାନେ ଏହି ବିଲକୁ ପାରିତ କରାଇଥିଲେ। ଏହାପରେ ମଧ୍ୟ ବିଜେପିର ହୋହାଲ୍ଲା ଜାରି ରହିଥିଲା ଫଳରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 29, 2020, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.