ETV Bharat / city

କାଳିଆ ଟଙ୍କା ଫେରସ୍ତ ସ୍ଥଗିତ ପ୍ରସଙ୍ଗ, ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା

author img

By

Published : Aug 10, 2020, 12:02 PM IST

କାଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରକାର ସ୍ଥଗିତ କରିବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଚାଷୀଙ୍କ ଆକ୍ରୋଶ ଦେଖି ସରକାର ୟୁଟର୍ଣ୍ଣ ନେଲେ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

କାଳିଆ ଟଙ୍କା ଫେରସ୍ତ ସ୍ଥଗିତ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: କାଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ କରାଯିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଆକ୍ରୋଶ ସରକାର ୟୁ-ଟର୍ଣ୍ଣ ନେଇଥିବା ସେ କହିଛନ୍ତି । ଯେଉଁଥିଲାଗି କିଛି ସମୟ ପାଇଁ ଏହାକୁ ସ୍ଥଗିତ କରିବାକୁ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ଦର୍ଶାଇଛନ୍ତି ।

ଏହାସହ ସ୍ଥଗିତ କାହିଁକି, ସମ୍ପୂର୍ଣ୍ଣ ଛାଡ କାହିଁକି ନୁହେଁ ? ଲୋକମାନେ ଟଙ୍କା ମାଗିନଥିଲେ । ନିର୍ବାଚନ ପୂର୍ବରୁ ସରକାର ସେମାନଙ୍କୁ ଟଙ୍କା ଯାଚିକି ଦେଇଥିଲେ । ସେ ସମୟରେ କୃଷି ମନ୍ତ୍ରୀ ବି କହିଥିଲେ ଆମେ ଯେଉଁମାନଙ୍କୁ ବି କାଳିଆ ଟଙ୍କା ଦେଇଛୁ ନିର୍ଭୁଲ ଭାବେ ଦେଇଛୁ । କୌଣସି ଅଯୋଗ୍ୟ ଲୋକଙ୍କୁ ବି ଦିଆଯାଇନି । ତେବେ ବର୍ତ୍ତମାନ ଏ ଅଯୋଗ୍ୟ ଚାଷୀ ଆସିଲେ କେଉଁଠୁ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।

ସେହିପରି ଆମେ ପ୍ରଥମରୁ କହିଛୁ ଯେଉଁମାନେ ଚୟନ ପ୍ରକ୍ରିୟାରେ ଭୁଲ କରିଛନ୍ତି ସେମାନଙ୍କ ଠୁ ସରକାର ଟଙ୍କା ଆଦାୟ କରନ୍ତୁ । କୌଣସି ଚାଷୀଠୁ ସରକାର ପଇସା ନେବା କଥା ଚିନ୍ତା କରନ୍ତୁ ନାହିଁ । ଆଜି କୋରୋନା ସମୟରେ ଘରେ ଖାଇବାକୁ ଟଙ୍କା ନାହିଁ, ଏ ସମୟରେ ତାଙ୍କ ଘରକୁ ଯାଇ ଟଙ୍କା ମାଗି ଭାରାକ୍ରାନ୍ତ କରିବାଠୁ ବଡ ଅପରାଧ କିଛିନାହିଁ ବୋଲି ଭିଡିଓ ଜାରି କରି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.