ETV Bharat / city

ଶାସକ ଦଳ ଇଙ୍ଗିତରେ ବିରୋଧୀ ବିଧାୟକଙ୍କୁ ଅଣଦେଖା ! - Oppostion leader are being ignored

ବିରୋଧୀ ବିଧାୟକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା । ଶାସକ ଦଳର ଇଙ୍ଗିତରେ ଅଧିକାରୀମାନେ ଏଭଳି କରୁଥିବା ଅଭିଯୋଗ ହୋଇଛି । ବିରୋଧୀ ବୋଲି ଆମକୁ ଏହିସବୁ କାର୍ଯ୍ୟକ୍ରମରେ ବାରଣ କରାଯାଉଛି । ଅଧିକାରୀଙ୍କ ଏଭଳି ହୀନ ମାନସିକତା ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ବିଜେପି ବିଧାୟକ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 17, 2019, 5:06 PM IST

ଭୁବନେଶ୍ବର: ବିରୋଧୀ ବିଧାୟକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା । ଶାସକ ଦଳର ଇଙ୍ଗିତରେ ଅଧିକାରୀମାନେ ଏଭଳି କରୁଥିବା ଅଭିଯୋଗ ହୋଇଛି । କେବଳ ଶାସକ ଦଳର କର୍ମକର୍ତ୍ତାଙ୍କୁ ନେଇ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି ପ୍ରଶାସନିକ ଅଧିକାରୀମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ କିଛି ଦିନ ତଳେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ବାରବାଟୀ-କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଖାଲି ସେତିକି ନୁହେଁ ନିର୍ବାଚନରେ ହାରିଥିବା ନେତାଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇଥିବା ବେଳେ ଜଣେ ଲୋକ ପ୍ରତିନିଧିଙ୍କୁ କାହିଁକି ଅଣଦେଖା କରାଯାଉଛି ତାହା ଏବେ ପ୍ରଶ୍ନଚିହ୍ନ । ଏସମ୍ପର୍କରେ ବାଚସ୍ପତିଙ୍କୁ ଅବଗତ କରାଯିବା ସହ ବିଧାନସଭା ଏଥିକ୍ସ କମିଟିକୁ ଅବଗତ କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

କଂଗ୍ରେସ ପରି ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଛି । ସାତପଡା ହୁଡକୋ ପକ୍ଷରୁ ଏକ ଋଣ ମେଳାର ଆୟୋଜନ କରାଯାଇଥିଲା । ପ୍ରଥମେ ଫୋନ କଲ କରି ଆମନ୍ତ୍ରଣ କରାଯାଇଥିବାବେଳେ ପରେ ଏସଏମଏସ ଜରିଆରେ କାର୍ଯ୍ୟକ୍ରମରେ ଆସିବାକୁ ମନା କରାଯାଇଥିଲା ବୋଲି ବିଜେପି ବିଧାୟକ ଅଭିଯୋଗ କରିଛନ୍ତି । ବିରୋଧୀ ବୋଲି ଆମକୁ ଏହିସବୁ କାର୍ଯ୍ୟକ୍ରମରେ ବାରଣ କରାଯାଉଛି । ପ୍ରଶାସନର କର୍ମଚାରୀମାନେ ମଧ୍ୟ ଦଳୀୟ କର୍ମୀଙ୍କ ପରି କାମ କରୁଛନ୍ତି । ଅଧିକାରୀଙ୍କ ଏଭଳି ହୀନ ମାନସିକତା ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ବିଜେପି ବିଧାୟକ ଅଭିଯୋଗ ଆଣିଛନ୍ତି ।

ତେବେ ଉଭୟ ଦଳର ଅଭିଯୋଗ ପରେ ଶାସକ ଦଳ ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏପରି ହେବା ଠିକ୍ ନୁହେଁ । ଯଦି କାହାର କୌଣସି ଅଭିଯୋଗ ଥାଏ, ସେମାନେ ବାଚସ୍ପତିଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିବା ଉଚିତ୍ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିରୋଧୀ ବିଧାୟକଙ୍କୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଖୋଜା ପଡ଼ୁନି। ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। କିଛିଦିନ ତଳେ କଟକ କଂଗ୍ରେସ ବିଧାୟକ ମହମ୍ମଦ ମୁକକିମଙ୍କୁ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକକୁ ଡାକି ନଥିଲା କମିଶନରେଟ ପୋଲିସ। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ନିର୍ବାଚନ ରେ ହାରି ଜିତିବା ନେତାଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇଥିବା ବେଳେ ଜଣେ ଲୋକ ପ୍ରତିନିଧିଙ୍କୁ କିପରି ଡକାଗଲା ନାହିଁ ତାହା ବଡ ପ୍ରଶ୍ନବାଚୀ ଛିଡା କରିଛି। ଏନେଇ ବିଧାୟକ ବାଚସ୍ପତିଙ୍କ ଦୃଷ୍ଟିକୁ ଆଣିବା ସହିତ ବିଧାନସଭା ଏଥିକ୍ସ କମିଟିକୁ ଅବଗତ କରାଇଛନ୍ତି। ସେପଟେ ବିଜେପି ବିଧାୟକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।
ସାମାଜିକ କାର୍ଯ୍ୟକ୍ରମ ଯଥା ଭତ୍ତା ବଣ୍ଟନ ଇତ୍ୟାଦିରେ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଉଛି । ଏପରିକି ତଥ୍ୟ ମଧ୍ୟ ଦିଆଯାଉନି ।
ସାତପଡ଼ାଠାରେ ହୁଡ଼କୋ ପକ୍ଷରୁ ଏକ ଋଣ ମେଳା ଆୟୋଜନ କରାଯାଇଥିଲା। ପ୍ରଥମେ ଫୋନ କଲ କରି ନିମନ୍ତ୍ରଣ କଲେ। ପରେ SMS କରି ନଯିବାକୁ ଜିଲ୍ଲା ପ୍ରଶାସନ କହିଲା। କେବଳ ଶାସକଦଳ କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଉଛି । ବିରୋଧୀ ବୋଲି ଆମକୁ ବାରଣ କରାଯାଉଛି ବୋଲି କହିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।
ସେପଟେ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି କହିଛନ୍ତି, ଏପେରି ହେବା ଠିକ ନୁହେଁ। ଯଦି କୌଣସି ଅଭିଯୋଗ କାହାରି ଥାଏ ତେବେ ସେମାନେ ଅଭିଯୋଗ ବାଚସ୍ପତି ଙ୍କ ନିକଟରେ କରିବା ଉଚିତ।Body:ବାଇଟ- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ବିଧାୟକ
ବାଇଟ-ମହମ୍ମଦ ମୁକକିମ, କଂଗ୍ରେସ ବିଧାୟକ
ବାଇଟ- କିଶୋର ମହାନ୍ତି, ପୂର୍ବତନ ବାଚସ୍ପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.