ETV Bharat / city

ପୁଣି AIIMSରେ ଭର୍ତ୍ତି ହେଲେ ପ୍ରଦୀପ୍ତ, ହସ୍ପିଟାଲରେ ଭେଟିଲେ ସଞ୍ଜୟ - ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା

AIIMSରେ ପୁନର୍ବାର ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ସଞ୍ଜୟ । ଅଧିକ ପଢନ୍ତୁ...

ପୁଣି AIIMS ଭର୍ତ୍ତି ହେଲେ ପ୍ରଦୀପ୍ତ, ହସ୍ପିଟାଲରେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ସଂଞ୍ଜୟ

author img

By

Published : Nov 3, 2021, 10:53 PM IST

ଭୁବନେଶ୍ବର: AIIMSରେ ପୁନର୍ବାର ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ଭେଟିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଏମ୍ସରେ ପ୍ରାୟ ଅଧଘଣ୍ଟା ରହି ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଟିମ ସହିତ ମଧ୍ୟ ଆଲୋଚନା କରିଛନ୍ତି ସଞ୍ଜୟ ।

ପୁଣି ଥରେ ଭୁବନେଶ୍ୱରସ୍ଥିତ ଭାରତୀୟ ଆର୍ୟୁବିଜ୍ଞାନ କେନ୍ଦ୍ରରେ (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପୂର୍ବରୁ କୋଭିଡ଼ରେ ସଂକ୍ରମିତ ହୋଇ ପ୍ରାୟ 6 ମାସ ଏମ୍ସରେ ଚିକିତ୍ସିତ ହୋଇଥିଲେ ପ୍ରଦୀପ୍ତ । ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ହେବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ କୋଭିଡ଼ ସଂକ୍ରମଣ ଯୋଗୁଁ ତାଙ୍କ ଫୁସଫୁସର ପ୍ରାୟ 70 ପ୍ରତିଶତ ଅଂଶ କ୍ଷତିଗ୍ରସ୍ତ ହୋଇଛି । ତେଣୁ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଜଣାପଡିଛି । ତାଙ୍କର ଫୁସଫୁସ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଫୁସଫୁସ ଦାନ କରିବା ପାଇଁ କେହି ଦାତା ମିଳିଲେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ ହେବ । ହେଲେ କିଛିଦିନ ପୂର୍ବରୁ ପୁନର୍ବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ପ୍ରଦୀପ୍ତଙ୍କ ଅସୁସ୍ଥତା ଖବର ପାଇବା ପରେ ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.