ETV Bharat / city

ସରକାରୀ ପଇସାରେ ରାଜନୈତିକ ବିସ୍ତାର କରୁଛି ବିଜେଡି; ପ୍ରଦୀପ୍ତ ନାୟକ

author img

By

Published : Jan 14, 2021, 6:37 PM IST

ଆଜି ପ୍ରଥମ କରି କୋରୋନା ମହାମାରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦାକୁ ବାହାରିଛନ୍ତି । ନିଜ ଦଳର ପ୍ରଚାର ବିଡ଼ିଓଙ୍କ ଜରିଆରେ କରାଯାଉଛି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି। ଅଧିକ ପଢନ୍ତୁ...

ନବୀନଙ୍କ ଉପରେ ବର୍ଷିଲେ ନବୀନ
ନବୀନଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେ ଲଗାଉଛନ୍ତି ସରକାର । ଆଜି(ଗୁରୁବାର) ଦଳୀୟ କାର୍ଯ୍ୟାଳୟରେ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, କିଛିଦିନ ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ ପାଇଁ ଯାଇଥିଲେ । ଏହାର ତଥ୍ୟ ଆମେ ମାଗିଲେ ବି ଏଜାବତ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ତଥ୍ୟ ମିଳିନାହିଁ ।

ନବୀନଙ୍କ ଉପରେ ବର୍ଷିଲେ ନବୀନ

ଆଜି ପ୍ରଥମ କରି କୋରୋନା ମହାମାରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦାକୁ ବାହାରିଛନ୍ତି । ନିଜ ଦଳର ପ୍ରଚାର ବିଡ଼ିଓଙ୍କ ଜରିଆରେ କରାଯାଉଛି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି। ଲୋକ ପ୍ରତିନିଧିଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ । 2013 ମସିହାରେ ସେଠି ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା କରାଯାଇଥିଲା। ଏହା ଏବେ ଦିଗହରା ପାଲଟିଛି।

କଳାହାଣ୍ଡି ସଭାରେ ନବୀନ ବାବୁ ସ୍ବତନ୍ତ୍ର ବସିବା ବ୍ୟବସ୍ଥା, ସାମନ୍ତ ବାଦ ପ୍ରଥା ଭଳି ଅଲଗା ବସିବେ । ଏହାକୁ ଆମେ ନିନ୍ଦା କରିଛୁ । ଏଭଳି ମାନସିକତାକୁ ଆମେ ନିନ୍ଦା କରୁଛି, ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁତ୍ବ ଦିଆଯାଉ ନଥିବାରୁ ଏହାକୁ ବର୍ଜନ କଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ଏହାସହ ବିରୋଧୀ ଦଳର ଥିବା ପ୍ରତିନିଧିମାନଙ୍କୁ ନ ଡାକି, ଗଣତନ୍ତ୍ରର ହତ୍ୟା କରିଛନ୍ତି ନବୀନ ବାବୁ । କେନ୍ଦ୍ର ସରକାରଙ୍କ ପଇସାର ପ୍ରକଳ୍ପରୁ ନବୀନ ବାବୁ ବାହାବା ନେଉଛନ୍ତି । ସରକାରୀ ପଇସାରେ ବିଜେଡି ରାଜନୈତିକ ବିସ୍ତାର କରୁଛି ବୋଲି କହିଛନ୍ତି ପ୍ରଦୀପ ନାୟକ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.