ETV Bharat / city

କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ ଗରିବଙ୍କ ପାଇଁ ବ୍ୟବସ୍ଥା କରନ୍ତୁ

author img

By

Published : May 13, 2020, 2:04 PM IST

ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ କୋରୋନା ଭଳି ମହାମାରୀକୁ ପ୍ରତିହିତ କରିବା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ଉଦ୍ୟମ କରୁଛନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ସ୍ବାଭାବିକ ରହିଛି । ଏବେ ଦେଶ ଓ ରାଜ୍ୟ ଲକ୍‌ଡାଉନରେ ଥିବା କାରଣରୁ ଅନେକ ଗରିବ ଲୋକ ହଇରାଣ ହରକତ୍ ହେଉଛନ୍ତି । ଏଥିପ୍ରତି ଧ୍ୟାନ ଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

Opposition leader Pradeep Naik
କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ ଗରିବଙ୍କ ପାଇଁ ବ୍ୟବସ୍ଥା କରନ୍ତୁ

ଭୁବନେଶ୍ବର: ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ କୋରୋନା ଭଳି ମହାମାରୀକୁ ପ୍ରତିହିତ କରିବା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ଉଦ୍ୟମ କରୁଛନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ସ୍ବାଭାବିକ ରହିଛି । ଏବେ ଦେଶ ଓ ରାଜ୍ୟ ଲକ୍‌ଡାଉନରେ ଥିବା କାରଣରୁ ଅନେକ ଗରିବ ଲୋକ ହଇରାଣ ହରକତ୍ ହେଉଛନ୍ତି । ଏଭଳି ସମୟରେ ବର୍ତ୍ତମାନ ଏବଂ ଆଗକୁ ମଧ୍ୟ ଆମକୁ କୋରୋନା ମୁକାବିଲାକୁ ସଫଳ କରିବା ପାଇଁ ପୂର୍ବପେକ୍ଷା ଅଧିକ ସକ୍ରିୟ ଏବଂ ସଜାଗ ରହିବାକୁ ପଡିବ । ଆମେ ଏକାଠି ହୋଇ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ କୋରୋନା ଯୁଦ୍ଧରେ ନିଶ୍ଚୟ ବିଜୟ ହୋଇପାରିବା ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ସମାଜର ସବୁଠୁ ତଳସ୍ତରର ଗରିବ ଲୋକମାନେ ହଇରାଣ ନହୁଅନ୍ତୁ, ଏହା ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛା । ଲକ୍‌ଡାଉନ୍ ଅବଧିରେ ମଧ୍ୟ ପ୍ରତ୍ୟେକ ଗରିବ ଖଟିଖିଆ ପରିବାରକୁ ଖାଦ୍ୟ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଅହରହ ଉଦ୍ୟମ କରୁଛନ୍ତି । ଗରିବ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ଗରିବ ଲୋକଙ୍କୁ ବ୍ୟକ୍ତି ପିଛା ମାସିକ 5 କେଜି ଚାଉଳ ଓ ପରିବାର ପିଛା ମାସିକ 1 କେଜି ଡାଲି ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ 3 ମାସ ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଗରିବ, ଦିବ୍ୟାଙ୍ଗ, ବିଧବା ଓ ବାର୍ଧକ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 1000ଟଙ୍କା, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ 2000 ଟଙ୍କା, ଜନଧନ ଆକାଉଣ୍ଟରେ ମହିଳାଙ୍କୁ ମାସିକ 500ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ମନରେଗାରେ ମଜୁରୀ ବୃଦ୍ଧି କରାଯାଇଛି, ଜିଲ୍ଲା ଖଣିଜ ପାଣ୍ଠି ଏବଂ ଏସଡିଆରଏଫ ପାଣ୍ଠିରୁ କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଗରିବଙ୍କୁ ଅନେକ ସାହାଯ୍ୟ ଓ ସହଯୋଗ କରିଛନ୍ତି । ରାଜ୍ୟର ସହରାଞ୍ଚାବାସୀଙ୍କ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କାର ବହୁ ଯୋଜନା ଘୋଷଣା କରିଛନ୍ତି । ଏହା ସତ୍ବେ ବହୁ ରାଜ୍ୟବାସୀ ହଇରାଣର ଶିକାର ହେଉଛନ୍ତି । ତେଣୁ ଏହି ବିପଦ ସମୟରେ ସେମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାର ଭଳି ଓଡିଶାବାସୀଙ୍କୁ ମଧ୍ୟ ନୂତନ ସୁବିଧା ଯୋଗାଇବା ପାଇଁ ବିରୋଧୀଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

କୋରୋନା ବିପତ୍ତି ସମୟରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାର ନିଜ ନିଜ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ସମେତ ଅନେକ ନୂତନ ସୁବିଧା କରିଛନ୍ତି । କର୍ଣ୍ଣାଟକ ରାଜ୍ୟ ସରକାର ଭଣ୍ଡାରୀ, ଧୋବା, ଅଟୋ ଚାଳକ ଏବଂ ନିର୍ମାଣ ଶ୍ରମିକଙ୍କ ସମେତ ଲକ୍ ଡାଉନରେ ଅସୁବିଧା ଭୋଗୁଥିବା ଗରିବ ତଥା ସାଧାରଣ ଲୋକଙ୍କ ପାଇଁ 1610 କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।

ଫୁଲ ଚାଷୀଙ୍କର 11687 ହେକ୍ଟର ଚାଷ ହୋଇଥିଲେ, ସେମାନଙ୍କୁ ହେକ୍ଟର ପ୍ରତି 25000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଧୋବା, ଭଣ୍ଡାରୀ, ଅଟୋ ଓ ଟ୍ୟାକ୍ସିଚାଲକଙ୍କୁ ଏକକାଳିନ 5000ଟଙ୍କାର ସହାୟତାର ଘୋଷଣା କରିଛନ୍ତି । ଏମଏସଏମଇରେ 2 ମାସ ପାଇଁ ନିର୍ଦ୍ଧାରିତ ବିଜୁଳି ଶୁଳ୍କ ଛାଡ କରାଯାଇଛି, ବିନା କୌଣସି ଅତିରିକ୍ତ ଶୁଳ୍କରେ ବଡ ବଡଶିଳ୍ପ ସଂସ୍ତାଙ୍କୁ 2 ମାସ ପାଇଁ ନିର୍ଦ୍ଧାରିତ ବିଜୁଳି ଶୁଳ୍କ ଆଦାୟ କରାଯିବାର ଘୋଷଣା ହୋଇଛି । ପୂର୍ବରୁ ବା ସଠିକ ସମୟରେ ବିଜୁଳି ବିଲ୍ ପଇଟ କରୁଥିବା ଉପଭୋକ୍ତାଙ୍କୁ ପ୍ରୋତ୍ସାହନ କରାଯିବା ସହ ବିଳମ୍ବରେ ବିଜୁଳି ବିଲ୍ ପଇଠ କରୁଥିବା ଉପଭୋକ୍ତାମାନେ ଇନ୍ସଟଲମେଣ୍ଟରେ ମଧ୍ୟ ବିଲ୍ ପଇଠ କରିପାରିବା ନେଇ ସୁବିଧା ହୋଇଛି । ଜୁନ୍ 30 ଯାଏଁ ବିଜୁଳି ବିଲ୍ ପଇଠ କରିନଥିବା ଲୋକଙ୍କର ବିଜୁଳି ସଂଯୋଗ କରାଯିବ ନାହିଁ ବୋଲି ଉଭୟ ସରକାର ଘୋଷଣା କରିଥିବା ସେ ଦର୍ଶାଇଛନ୍ତି ।

ଏହା ବ୍ୟତୀତ ଏହି ଯୋଜନାରେ ହସ୍ତତନ୍ତ ଶିଳ୍ପୀ ଓ ବୁଣାକାରମାନଙ୍କୁ ଋଣ ନେବାର ସୁବିଧା ପ୍ରଦାନ କରାଯାଉଛି । ବୁଣାକାର ସମ୍ମାନ ଯୋଜନାର ଶୁଭାରମ୍ଭ କରାଯାଇ ରାଜ୍ୟର ହସ୍ତଶିଳ୍ପ ବୁଣାକାରମାନଙ୍କୁ ସିଧାସଳଖ 2000 ଟଙ୍କା ପ୍ରଦାନ କରାଯାଉଛି । ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ 2000 ଟଙ୍କା ଘୋଷଣା କରାଯାଇଥିବାବେଳେ ଅତିରିକ୍ତ 3000 ଟଙ୍କା ଡିବିଟି ଜରିଆରେ ନିର୍ମାଣ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ମଧ୍ୟପ୍ରଦେଶ ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ଅଧିନିୟମରେ ସୁଧାର କରିଛନ୍ତି । ପଶ୍ଚାତବର୍ତ୍ତୀ କ୍ରୟ ବିକ୍ରୟରେ ମଣ୍ଡି ଶୁଳ୍କକୁ ଦେୟମୁକ୍ତ କରାଯାଇଛି, ବେସରକାରୀ କ୍ଷେତ୍ରରେ ମଣ୍ଡି ସ୍ଥାପନା ପାଇଁ ପ୍ରାବଧାନ କରାଯାଇଛି, ଗୋଦାମ, ଶୀତଳ ଭଣ୍ଡାର ଆଦିକୁ ମଧ୍ୟ ବେସରକାରୀ କ୍ଷେତ୍ରରେ ମଧ୍ୟ ଆଇନ ପ୍ରଣୟନ ହୋଇଛି ।

ମଣ୍ଡି ବାବଦରେ ଫୁଡ୍ ପ୍ରୋସେସର, ହୋଲସେଲ ବିକ୍ରେତା ଇତ୍ୟାଦିଙ୍କୁ ଚାଷୀଙ୍କଠାରୁ ଶୀଘ୍ର ଉତ୍ପାଦ କିଣିବା ପାଇଁ ପ୍ରାବଧାନ କରାଯାଇଛି। ମଣ୍ଡି ସମିତିଗୁଡିକ ବେସରକାରୀ କାଯ୍ୟରେ ହସ୍ତକ୍ଷେପ କରିବେ ନାହିଁ । ଗୋଟିଏ ଲାଇସେନ୍ସରେ ବ୍ୟବସାୟୀମାନେ ବ୍ୟବସାୟ କରିପାରିବେ, ଇ-ଟ୍ରେଡିଂ ଇତ୍ୟାଦିର ପ୍ରାବଧାନ କରାଯାଇଛି । କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ଭଳି ଓଡିଶାରେ ମଧ୍ୟ ଗରିବଙ୍କ ପାଇଁ ଏପରି ବ୍ୟବସ୍ଥା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ଦୁଇ ରାଜ୍ୟ ପରି ବ୍ୟବସ୍ଥା କଲେ ହିଁ ଆମ ରାଜ୍ୟର ଅର୍ଥନୀତି ସୃଦୃଢ ହୋଇପାରିବ ଏବଂ ଆମେ କୋରୋନା ଯୁଦ୍ଧରେ ବିଜୟ ହାସଲ କରିପାରିବା ବୋଲି ବିରୋଧୀଦଳ ନେତା ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.