ETV Bharat / city

ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ - ଡିସଚାର୍ଜ ହେବେ ପ୍ରଦୀପ୍ତ ନାଏକ

ଆସନ୍ତା 3 ରୁ 4 ଦିନ ଭିତରେ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗତ ଦୁଇ ମାସ ତଳେ ସେ କୋଭିଡ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ...

ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

author img

By

Published : Jun 20, 2021, 1:32 PM IST

ଭୁବନେଶ୍ବର: ଆସନ୍ତା 3 ରୁ 4 ଦିନ ଭିତରେ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି । ସେମି ICU ରେ ଥିଲେ ମଧ୍ୟ ସାଧାରଣ ୱାର୍ଡ ଭଳି ତାଙ୍କ ଚିକିତ୍ସା ଚାଲିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ବେଶ ସୁଧାର ଆସିଛି । ଏବେ ସେ ଠାରରେ କଥାବାର୍ତ୍ତା ହେଉଛନ୍ତି । ନିଜେ ଚାଲି ବୁଲି ପାରୁଛନ୍ତି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ଚୁଡା ଓ କଦଳୀ ଖାଇବାକୁ ଦିଆଯାଉଛି । ଏହା ସହ ଚାରି ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି । ଦୁଇ ମାସ ତଳେ ସେ କୋଭିଡ଼ ସଂକ୍ରମିତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଏପ୍ରିଲ 20ରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଗତ 15 ଦିନ ହେଲା ସେ କୋଭିଡ ନେଗେଟିଭ ଅଛନ୍ତି । ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.