ETV Bharat / city

‘ମାନସ ଦାସକୁ ସରକାର ଘଣ୍ଟ ଘୋଡାଉଥିଲେ’

ମାନବବାଦ ସାଂଗଠନର ମୁଖିଆ ମାନସ ଦାସ ଗିରଫ ପରେ ତେଜିଲା ରାଜନୀତି । ଆଜି ବିଧାନସଭାର ଗୃହ ବାହାରେ ମାନସ ଦାସଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ସେପଟେ ଏହାକୁ ନେଇ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି । ଅଧିକ ପଢନ୍ତୁ...

author img

By

Published : Sep 3, 2021, 4:34 PM IST

Updated : Sep 3, 2021, 8:13 PM IST

Opposition congress and bjp reaction on arrest of manas das
ମାନସ ଦାସକୁ ସରକାର ଘଣ୍ଟ ଘୋଡାଉଥିଲା, ଶାସକ ଦଳ ନେତାଙ୍କ ରହିଛି ଲିଙ୍କ

ଭୁବନଶ୍ବର: ମାନବବାଦ ଗୁରୁ ମାନସ ଦାସ ଗିରଫ ପରେ ତେଜିଲା ରାଜନୀତି,ବିରୋଧୀ କହିଲେ ଶାସକ ଦଳ ଛତ୍ରଛାୟା ତଳେ ଥିଲା ମାନସ ଦାସ। ଆଜି ବିଧାନସଭାର ଗୃହ ବାହାରେ ମାନସ ଦାସଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେପି ସେପଟେ ଏହା ଜବାବ ଦେଇଛନ୍ତି ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମାନସ ଦାସଙ୍କ ଗିରଫ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମାନସ ଦାସ ପାଖକୁ ବିଜେଡି ନେତା ମାନେ ଯାଉଥିଲେ । ଏହା ସହ ନିର୍ବାଚନ ସମୟରେ ତାଙ୍କର ସହାୟତା ନେଉଥିଲା ବିଜେଡି। ଭୋଟ ପାଇଁ ସ୍ଥାନୀୟ ନେତା ତାଙ୍କ ପାଖକୁ ଯାଉଥିଲେ, ବହୁ ପୂର୍ବରୁ ତାଙ୍କୁ ଗିରଫ କରିବାର ଥିଲା କିନ୍ତୁ ବିରୋଧୀଙ୍କ ଚାପରେ ଶେଷରେ ସରକାର ଗିରଫ କରିଛନ୍ତି ବୋଲି ତାରା କହିଛନ୍ତି ।

ସେହିପରି ମାନବବାଦ ସଂଗଠନକୁ ନେଇ ବିଜେପି ବିଧାୟକ ନାଉରି ନାୟକଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର ତାଙ୍କ ବିଷୟରେ ସବୁ ଜାଣିଥିଲେ। ମାନସ ଦାସ କିପରି ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଥିଲେ ତାହା ଜଣାଥିଲା । ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ବହୁତ ଅତ୍ୟାଚାର କରୁଥିଲେ ହେଲେ ଏତେ ଦିନ ଧରି ତାଙ୍କୁ ଗିରଫ କରାଯାଉନଥିଲା। ବିଜେଡି ନେତା ମାନେ ତାଙ୍କ ଆଗରେ ମୁଣ୍ଡ ନୁଆଉଁଥିଲେ। ନେତା ମାନେ ତାଙ୍କ ସହ ସମ୍ପୃକ୍ତ। ଯେଉଁଠି ବଡ ବଡ ନେତା ମୁଣ୍ଡ ନୁଆଉଁଥିଲେ ତାଙ୍କୁ କେମିତି ପୋଲିସ ଗିରଫ କରିବ ?

ସେପଟେ ଏହାକୁ ନେଇ ବିଜେଡି ନେତ୍ରୀ ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡିର ଭୋଟ ବ୍ୟାଙ୍କ ହେଉଛନ୍ତି ଜନସାଧାରଣ। ଯେଉଁଠି ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଗାଁ କୁ ଗଲେ କିଏ କେଉଁଠି ଫଟୋ ଉଠେଇଦେଵ କଣ କରାଯିବ ? ବିଜେଡିର ସମ୍ପୃକ୍ତି ନେଇ ସେ ବିଜେଡିର ମେମ୍ବରସିପ ନେଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ଏହା ସହ ପୋଲିସ ତଦନ୍ତ କରୁଛି ଆବଶ୍ୟକ ସ୍ଥଳେ ଗିରଫ କରିଛି।

ସୂଚନାଥାଉକି ମାନବବାଦ ସଂଗଠନ ନାଁରେ ଲୋକଙ୍କୁ ଅତ୍ୟାଚାର କରିଥିଲେ ମାନସ ଦାସ। ଗତ କଛି ଦିନ ତଳେ ଖୋର୍ଦ୍ଧାରେ ବର୍ବରପୂର୍ଣ୍ଣ ତାଲିବାନୀ ଶାସନ ଭଳି ଲୋକଙ୍କୁ ପିଟିବା ଘଟଣା ଆସିବାପରେ ମାନବବାଦ ସଂଗଠନର କଳାକାରନାମା ସାମନାକୁ ଆସିଥିଲା । ଏହା ପରେ ବହୁ ଲୋକ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ମାନସ ଦାସ ଓ ତାଙ୍କ ପୁଅକୁ ଗିରଫ କରିଛି। ତେବେ ତାଙ୍କ ବିଜେଡି ନେତାଙ୍କ ସହିତ ସମ୍ପର୍କ ବେଶ ମଜବୁତ ଥିବା ବିରୋଧୀ କହିଛନ୍ତି ।

ଭୁବନଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ

Last Updated : Sep 3, 2021, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.