ETV Bharat / city

ଅପରେସନ୍ ନୀଳ ଜହର: ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍, ଡ୍ରୋନର ନିଆଯିବ ସହାୟତା - ganja farming

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ । ଏହି ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍, ଡ୍ରୋନର ସହାୟତା ନିଆଯିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଅପରେସନ୍ ନୀଳ ଜହର; ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍, ଡ୍ରୋନର ନିଆଯିବ ସହାୟତା

author img

By

Published : Oct 5, 2021, 8:43 PM IST

ଭୁବନେଶ୍ବର: ଗଞ୍ଜେଇ ଚାଷ ଓ କାରବାର ରୋକିବାକୁ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । 2020/21 ବର୍ଷରେ ରାଜ୍ୟରେ 22217 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସୂଚନା ଦେଇଛନ୍ତି ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ସଚିବ ସୁଶୀଲ କୁମାର ଲୋହାନୀ ।

ତେବେ ଏହି ବୈଠକରେ ଗଞ୍ଜେର ଚାଷ ମୂଳୋତ୍ପାଟନ ନେଇ ଆଲୋଚନା ହୋଇଛି । ଜିଲ୍ଲାୱାରୀ ସମୀକ୍ଷା ପରେ ମିଳିତ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଅପରେସନରେ ସାମିଲ୍ ହେବେ । ସ୍ଥାନୀୟ ଗୁଇନ୍ଦା ସୂତ୍ର ଆଧାରରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଞ୍ଜେଇ ଅମଳ ପୂର୍ବରୁ ଚାଷ ନଷ୍ଟ ପାଇଁ ସାଟେଲାଇଟ୍ ଓ ଡ୍ରୋନର ବ୍ୟବହାର କରାଯାଇ ବେଆଇନ ଚାଷ ଚିହ୍ନଟ ନେଇ ନିଷ୍ପତ୍ତି ହୋଇଛି ।

ଗଞ୍ଜେଇ ଚାଷ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜେଇ ଚାଷ ହେଉଥିବା ଜମିର ଲ୍ୟାଣ୍ଡ ରେକର୍ଡ ଯାଞ୍ଚ କରାଯିବ । ଘରୋଇ ଜମିରେ ଗଞ୍ଜେଇ ଚାଷ ହେଉଥିଲେ ଜମି ମାଲିକଙ୍କ ବିରୋଧରେ ଏନଡିପିଏସ୍(NDPS) ଆକ୍ଟରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲାସ୍ତରରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜେଇ ଚାଷ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀ ପରିବାରକୁ ଚିହ୍ନଟ କରାଯିବ । ସେମାନଙ୍କୁ ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ, ମନରେଗା, ଅଧିକ ଅମଳ ଶସ୍ୟ ଭଳି ବିକଳ୍ପ ଜୀବିକା ଯୋଗାଇ ଦେବାକୁ କୁହାଯାଇଛି ।

ସେପଟେ ଉନ୍ନୟନ କମିଶନର ପ୍ରଦୀପ ଜେନା ସଚେତନତା ଉପରେ ଗୁରୁତ୍ୱ ଦେବା ସହ ଗ୍ରାମବାସୀଙ୍କୁ ସାମିଲ ହେବା ପାଇଁ କହିଛନ୍ତି । ଗାଁ, ପଞ୍ଚାୟତ ସମେତ ବ୍ଲକସ୍ତରରେ କମିଟି ଗଠନ ହେବ । କମିଟି ସଚେତନତା ସହ ତଥ୍ୟ ସଂଗ୍ରହ ଓ ଅନ୍ୟ ଜୀବିକାକୁ ପ୍ରୋତ୍ସାହନ ଲାଗି କାର୍ଯ୍ୟ କରିବ । ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ ଓ ଅନ୍ୟ ବିଭାଗର ଜୀବିକା ସ୍କିମ୍ ମାଧ୍ୟମରେ ବ୍ୟୟ ବୃଦ୍ଧି କରାଯିବ । ବୈଠକରେ ଗୃହ ସଚିବ ସଞ୍ଜୀବ ଚୋପ୍ରା, ପୋଲିସ ଡିଜି ଅଭୟ, ପଞ୍ଚାୟତିରାଜ୍ ସଚିବ ଅଶୋକ ମୀନା, କୃଷି ସଚିବ ସୁରେଶ କୁମାର ବଶିଷ୍ଠ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.