ETV Bharat / city

ପିଆଜ ବଜାରରେ ତାତି, କେଜି ପିଛା ୫୦ - ପିଆଜ ଦର ବୃଦ୍ଧି

ରାଜ୍ୟରେ ଅଣାୟତ ହେଲା ପିଆଜ ଦର । ଦୁଇ ଦିନ ଭିତରେ ବଢିଲା ୨୦ ଟଙ୍କା ବଢି କେଜି ପିଛା ୫୦ ଟଙ୍କାରେ ପହଞ୍ଚିଲା ପିଆଜ । ଅଧିକ ପଢନ୍ତୁ...

ପିଆଜ ବଜାରରେ ତାତି
ପିଆଜ ବଜାରରେ ତାତି
author img

By

Published : Oct 7, 2021, 12:53 PM IST

ଭୁବନେଶ୍ବର: ଜରୁରୀ ସାମଗ୍ରୀର ବଢି ଚାଲିଛି ଦରଦାମ୍ । ପେଟ୍ରୋଲ-ଡିଜେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଯାଏଁ ସବୁ କିଛି ହୋଇଛି ମହଙ୍ଗା । ପାର୍ବଣ ଋତୁ ମଧ୍ୟରେ ଇନ୍ଧନ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଥିବାବେଳେ ଏବେ ପୁଣି କନ୍ଦାଇଛି ପିଆଜ ଦର । ରାଜଧାନୀ ଭୁବନେଶ୍ବରରେ ଏକାଥରେ ୨୦ ଟଙ୍କା ମହଙ୍ଗା ହୋଇଛି ପିଆଜ । ଦୁଇ ଦିନ ପୂର୍ବରୁ ଏହି ଦର ୩୦ ଟଙ୍କା ଥିବାବେଳେ ବର୍ତ୍ତମାନ ୫୦ ଟଙ୍କାରେ ପହଞ୍ଚିଛି ।

ପ୍ରତିଟି ରୋଷେଇ ଖାଦ୍ୟରେ ଏକ ଅତ୍ୟାବଶ୍ୟକ ପରିବାର ଭୂମିକା ନିଭାଉଥିବା ପିଆଜର ଏପରି ଅଚାନକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ହୋସ୍ ଉଡାଇଛି । ସେପଟେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ବେଙ୍ଗାଲୁରୁରେ ଲଗାଣ ବର୍ଷା ଯୋଗୁଁ ବାହାର ରାଜ୍ୟରୁ କମ୍ ପିଆଜ ଯୋଗଣ ହେଉଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି । ହେଲେ ବଡ ବଡ ପାଇକାରୀ ବେପାରୀଙ୍କ ଲାଭ ମନୋବୃତ୍ତି ଯୋଗୁଁ ଏଭଳି ଭାବେ ଦର ବଢିଥିବା ସାଧାରଣରେ କୁହାଯାଉଛି ।

ରାଜଧାନୀର ୧ ନମ୍ବର ହାଟରେ ପିଆଜ ୪୨ରୁ ୪୫ ଟଙ୍କାରେ ବିକ୍ରି ହେଉଛି । ହେଲେ ଏହାର ଉପକଣ୍ଠ ଓ ଗଳିକନ୍ଦି ହାଟରେ ଦର ୫୦ ଟଙ୍କା ରହିଛି । ପୂର୍ବରୁ ଖୁଚୁରା ବଜାରରେ ପିଆଜ କିଲୋ ପିଛା ୨୫-୩୦ ଟଙ୍କା ଥିଲା । ହେଲେ ଗତ ସପ୍ତାହରେ ମହାରାଷ୍ଟ୍ର ଓ ଆନ୍ଧ୍ରରେ ହୋଇଥିବା ଲଗାଣ ବର୍ଷା ହୋଇଥିଲା ଏବଂ ଏଥିରେ ନାସିକ ଗୋଦାମଗୁଡିକରେ ପିଆଜ ନଷ୍ଟ ହୋଇଯାଇଥିଲା । ଯାହାର ପ୍ରଭାବ ଓଡିଶା ବଜାରରେ ପଡିଛି ବୋଲି କହିଛନ୍ତି ବ୍ୟବସାୟୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.