ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଅନଲାଇନ ଡେଟିଂ ଆପରେ ଡେଟ କରି ଫସିଲେ ଆଧ୍ୟାପିକା। ଡେଟ କରି ନିଜ ସହଯୋଗୀଙ୍କ ଜରିଆରେ ବ୍ଲାକ ମେଲ କରୁଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଡେଟିଂ ପରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକ ମେଲ କରୁଥିବା ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆସିଛି ପାଲଟା ଅଭିଯୋଗ । ଏନେଇ କମିସନରେଟ ପୋଲିସ ଥାନାରେ ଉଭୟ ଅଧ୍ୟାପିକା ଓ ବ୍ୟାଙ୍କ ମ୍ୟାନେଜର ଅଟକ ଅଛନ୍ତି।
ଅନଲାଇନ ଆପ ଜରିଆରେ ଡେଟିଂ, ଆଉ ପରେ ପ୍ରେମ ତା'ପରେ ଶାରିରୀକ ସମ୍ପର୍କ। ଅସଞ୍ଜତ ସମୟର ଭିଡିଓ ରେକର୍ଡ କରିଥିଲେ ଅଧ୍ୟାପିକା । ପରେ ଏନେଇ ଯୁବତୀଙ୍କ କିଛି ସହଯୋଗୀ ବାଟରେ ଅଟକାଇ ମ୍ୟାନେଜରକୁ ଅଟକାଇ ବ୍ଲାକମେଲ କରିଥିଲେ । ଏପରିକି ତାଙ୍କ କ୍ରେଡିଟ କାର୍ଡ ନେଇ ସପିଂ ବି କରିଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ବ୍ୟାଙ୍କ ମ୍ୟାନେଜର କରିଛନ୍ତି ଅଭିଯୋଗ ।
ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଅନୁସାରେ ଏକ ରାକେଟ ଏପରି କାମ କରୁଛି। ଅନଲାଇନରେ ଟ୍ରାପ କରି ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ପରେ କିଛି ଯୁବକଙ୍କ ଜରିଆରେ ବ୍ଲାକ ମେଲ କରି ଟଙ୍କା ଡିମାଣ୍ଡ କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଧ୍ୟାପିକା ଜଣଙ୍କ କହିଛନ୍ତି ବ୍ୟାଙ୍କ ମ୍ୟାନେଜର ଜଣକ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି। ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ