ଭୁବନେଶ୍ବର: ମେ ୨୪ ରୁ ଅର୍ଥାତ ଆଜି ଠାରୁ ଅନଲାଇନରେ ମିଳିବ ମଦ । ରାଜ୍ୟ ସରକାରଙ୍କ ଘୋଷଣା ପରେ ଅଭ୍ୟସ୍ତ ନିଶା ନେଉଥିବା ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ମାହୋଲ । ହେଲେ ବାସ୍ତବରେ ଅନଲାଇନରେ ମଦ ମଳିବା ବିଳମ୍ବ ପରେ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ଅଧିକକ୍ଷ । ଅନଲାଇନ ଇମ୍ପ୍ଲିମେଣ୍ଟ ପାଇଁ ବ୍ୟବସ୍ଥା ଚାଲିଛି। www.osbc.co.in ନଚେତ ଦୋକାନୀ ମାନଙ୍କର ଦିଆଯାଇଥିବା ନମ୍ବର ଯୋଗେ କଲ କରି ପାରିଵେ ।
ତେବେ ଭୁବନେଶ୍ବରରେ ୪୪ଟି ଠିପି ଖୋଲା ମଦ ଦୋକାନ ରହିଛି । ୧୦୪ଟି ଠିପି ବନ୍ଦ ଦୋକାନ ରହିଛି । ତେବେ ସମସ୍ତ ଦୋକାନ ବନ୍ଦ ରହିଛି । ସାମାଜିକ ଦୂରତା ସହ ସାନିଟାଇଜ ହୋଇ କେବଳ ଅଫଲାଇନ ଡେଲିଭେରୀ ଜରିଆରେ ହିଁ ମଦ ମିଳିବ। ଖାଦ୍ୟ ଡେଲିଭରୀ କରୁଥିବା ସଂସ୍ଥା ଯେପରି ସ୍ବିଗି ଓ ଜମାଟୋ ଭଳି ସଂସ୍ଥା ମଧ୍ୟ କମିଶନ ଠୁ ଅନୁମତି ପାଇ ମଦ ଡେଲିଭେରି କରିବେ ସେଥିପାଇଁ ୧୦୦୦ଟଙ୍କା ପର୍ଯନ୍ତ ୧୦୯ ଟଙ୍କା କମିଶନ ଓ ପରେ ୫୦୦ଟଙ୍କାକୁ ଅଧିକ ୨୫ ଟଙ୍କା ଲେଖାଏ କମିଶନ ମଦ ଡେଲିଭେରୀ ପାଇଁ ନେବେ ଡେଲିଭେରୀ ବୟ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ