ETV Bharat / city

ଧରାପଡିଲେ ଅନଲାଇନ ଡେଲିଭେରି ବୟ, ମାଛବିକ୍ରି ଆଳରେ କରୁଥିଲେ ମଦ ବିକ୍ରି - କ୍ଲିନଟେକ କମ୍ପାନି

ମାଛବିକ୍ରି ଆଳରେ ମଦବିକ୍ରି କରି ପୋଲିସ ହାତରେ ଧରାପଡିଲେ ଯୁବକ । ଅଧିକ ପଢନ୍ତୁ...

ଧରାପଡିଲେ ଅନଲାଇନ ଡେଲିଭେରି ବୟ, ମାଛବିକ୍ରି ଆଳରେ କରୁଥିଲେ ମଦ ବିକ୍ରି

author img

By

Published : Jun 7, 2021, 12:33 PM IST

ଭୁବନେଶ୍ବର: ପୋଲିସ ନଜରରୁ ବର୍ତ୍ତିବାକୁ ଅନଲାଇନ ଡେଲିଭେରି ବୟଙ୍କ କାରନାମା । ସୂଚନାନୁସାରେ ମାଛ ଅନଲାଇନ ଡେଲିଭେରି ପାଇଁ ମିଳିଥିଲା ଅନୁମତି । ହେଲେ ବୁଲି ବୁଲି ବିକ୍ରି କରୁଥିଲେ ଦେଶି ମଦ । ଏମିତି କିଛି ତଥ୍ୟ ଅବକାରୀ ଟିମ୍ ହାତରେ ଲାଗିଛି ।

ଆଉ ଏମିତି କିଛି ସୁରାକ ମଧ୍ୟ ଏକ୍ସାଇଜ ମୋବାଇଲ ସ୍କ୍ବାଡ ଟିମ ହାତରେ ଲାଗିଛି । କ୍ଲିନଟେକ କମ୍ପାନିର ଦୁଇ ଡେଲିଭରି ବୟଙ୍କୁ ଗିରଫ କରିଛି ଏକ୍ସାଇଜ ଟିମ । ସେମାନଙ୍କଠୁ ସ୍କୁଟି ଗାଡି ସହ ଦେଶି ମଦ ଜବତ କରିଛି । ସେମାନେ ହେଲେ ମିଟୁ ବେହେରା ଓ ତାର ସହଯୋଗୀ । ଦୁହିଁକୁ ଗିରଫ ପରେ ଏବେ ସାମ୍ନାକୁ ଆସିଛି କିଭଳି ଅନଲାଇନ ଡେଲିଭରି ବା ଅତ୍ୟାବଶ୍ୟକ ସେବା ଆଳରେ ବେଆଇନ କାରବାର ଚାଲୁଛି ।

ଲକଡାଉନ ସଟଡାଉନ ବେଳେ ପୋଲିସ ଆଖିର ଧୂଳି ଦେଇ ଏପରି ଗୋଲକଧନ୍ଦା ଚଳାଇଛନ୍ତି ଅସାଧୁ ବ୍ଯକ୍ତି । ଯାହାକୁ ଏବେ ପୋଲିସ ସନ୍ଦେହ ଆଖିରେ ଦେଖିବା ସହ ଆହୁରି କଡା କଡି ହେବାର ଆବଶ୍ଯକତା ରହିଛି ବୋଲି କହିଛି । ସହରରେ ଏବେ ନିଶା କାରବାର ବ୍ରାଉନସୁଗାର ଓ ଗଞ୍ଜେଇ ଭଳି କାରବାର ଡିମାଣ୍ଡ ରହିଛି । ଯାହାକୁ ନେଇ ଏଭଳି ବେଆଇନ ପନ୍ଥା ଆପଣାଇଛନ୍ତି ଅସାଧୁ ବ୍ୟକ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.