ETV Bharat / city

୨୨ ଲକ୍ଷ ପିଲାଙ୍କ ପାଖରେ ପହଞ୍ଚିଛି ଅନଲାଇନ କ୍ଲାସ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Jun 25, 2020, 3:58 PM IST

ଅନଲାଇନ ପାଠପଢାରେ 60 ଲକ୍ଷରୁ କେବଳ 22 ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି ଗଣଶିକ୍ଷା ବିଭାଗ । ପରୀକ୍ଷା ପାଇଁ କିଛି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅଧିକ ପଢନ୍ତୁ...

୨୨ ଲକ୍ଷ ପିଲାଙ୍କ ପାଖରେ ପହଞ୍ଚିଛି ଅନଲାଇନ କ୍ଲାସ: ଗଣଶିକ୍ଷା ମନ୍ତ୍ରୀ
୨୨ ଲକ୍ଷ ପିଲାଙ୍କ ପାଖରେ ପହଞ୍ଚିଛି ଅନଲାଇନ କ୍ଲାସ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କୋରୋନା କଟକଣା ଭିତରେ ରାଜ୍ୟର ଗଣଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷା ଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ଏହା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନାହିଁ । ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ କହିଛନ୍ତି, ଅନଲାଇନ ପାଠପଢାରେ 60 ଲକ୍ଷରୁ କେବଳ 22 ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଆମେ ପହଞ୍ଚିପାରିଛୁ । ଏଥିପାଇଁ ଏକ କମିଟି ମଧ୍ୟ ଗଠନ ହୋଇଥିଲା । ଏବେ ଅନଲାଇନ ଶିକ୍ଷାକୁ କେମିତି ସମସ୍ତଙ୍କ ପାଖରେ ପହଞ୍ଚାଯାଇପାରିବ, ଏନେଇ କମିଟି ତଦାରଖ କରିବ ।

ତେବେ ଜୁଲାଇରେ ସ୍କୁଲ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ 31 ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଏହାସହ ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା। ବର୍ତ୍ତମାନର ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମତାମତ ଲୋଡିଛି ବିଭାଗ। ଏଣୁ ଏଯାଏଁ ପରୀକ୍ଷା ପାଇଁ କିଛି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.