ETV Bharat / city

ବିଶ୍ବବିଦ୍ୟାଳୟ-ଡିଗ୍ରୀ କଲେଜ ପିଲାଙ୍କ ହେବ ଅନଲାଇନ କ୍ଲାସ

author img

By

Published : May 29, 2021, 11:48 AM IST

ଜୁନ 1 ତାରିଖ ଠାରୁ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନରେ କ୍ଲାସ କରାଯିବ । ଅଧିକ ପଢନ୍ତୁ...

ବିଶ୍ବବିଦ୍ୟାଳୟ-ଡିଗ୍ରୀ କଲେଜ ପିଲାଙ୍କ ହେବ ଅନଲାଇନ କ୍ଲାସ
ବିଶ୍ବବିଦ୍ୟାଳୟ-ଡିଗ୍ରୀ କଲେଜ ପିଲାଙ୍କ ହେବ ଅନଲାଇନ କ୍ଲାସ

ଭୁବନେଶ୍ବର: ରାଜ୍ୟରେ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ ପିଲାଙ୍କ ପାଇଁ ହେବ ଅନଲାଇନ କ୍ଲାସ । ମେ 31 ତାରିଖରେ ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ 1 ତାରିଖରୁ ଅନଲାଇନ କ୍ଲାସ ଆରମ୍ଭ ହେବ । ଜୁନ 1 ତାରିଖରୁ ଖୋଲିବା ନେଇ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ନିର୍ଦ୍ଦେଶନାମା ପଠାଇଛନ୍ତି ।

ଆସନ୍ତା ମେ 31 ତାରିଖରେ ଗ୍ରୀଷ୍ମ ଛୁଟି ସରିବା ପରେ କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଏ ସମ୍ପର୍କରେ ପଦକ୍ଷେପ ନେବେ । ବିଭାଗ ଅଧୀନ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ପୂର୍ବରୁ ଏପ୍ରିଲ 16 ଓ 24 ତାରିଖରେ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ପୁଣି ପରିଚାଳିତ ହେବ । ତେବେ ଏ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଥିଲେ । କିନ୍ତୁ କଲେଜର ହଷ୍ଟେଲ ବନ୍ଦ ରହିବ । ଏହାସହିତ ୟୁଜିସିର ନିଷ୍ପତ୍ତି ଅନୁଯାୟୀ ପରୀକ୍ଷା ସୂଚୀ ପ୍ରସ୍ତୁତ ହେବ ।

କୋରୋନା ମହାମାରୀ ଯୋଗୁଁ ଦେଶ ସମେତ ରାଜ୍ୟରେ ଶିକ୍ଷା ବିଭାଗ ଉପରେ ଗଭୀର ପ୍ରଭାବ ପଡିଛି । ମହାମାରୀ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଅନଲାଇନ କ୍ଲାସ ହେଉଥିଲେ ମଧ୍ୟ ତାହା ଏତେ ପାଠପଢା ପ୍ରତି ପ୍ରଭାବ ପକାଉନଥିବା କିଛି ଛାତ୍ରଛାତ୍ରୀ କହିଥିଲେ । ସେପଟେ ବହୁ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନ୍ୟ ରାଜ୍ୟଗୁଡିକରେ ଗ୍ରୀଷ୍ମ ଛୁଟି କରାନଯାଇ ଅନଲାଇନ କ୍ଲାସ କରାଯାଉଥିଲା ମାତ୍ର ରାଜ୍ୟରେ ଶିକ୍ଷା ବିଭାଗ ଗ୍ରୀଷ୍ମ ଛୁଟି କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.