ETV Bharat / city

ରସଗୋଲା ଜିଆଇ ଟ୍ୟାଗକୁ ବର୍ଷେ, ଅନ୍ୟ ସାମଗ୍ରୀ ପାଳି କେବେ ? - ଜିଆଇ ମାନ୍ୟତାକୁ ପୁରିଲା ବର୍ଷେ

ବହୁ ବାଦ ବିବାଦ ପରେ ଓଡ଼ିଶା ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ । ଏହି ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ପୂରିଛି ସମାନ ଗୋଟେବର୍ଷ । କିନ୍ତୁ ସରକାରଙ୍କ ପଦକ୍ଷେପ ବେଶ ନଗନ୍ୟ ଏବଂ ନୈରାଶ୍ୟଜନକ । କାରଣ ଧୂଆଁବାଣ ପାଲଟିଛି ପାହଳରେ ରସଗୋଲା କ୍ଲଷ୍ଟର ଏବଂ ଭୁବନେଶ୍ବରରେ ମିଠା ହବ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଅଧିକ ପଢନ୍ତୁ..

ରସଗୋଲାକୁ ଜିଆଇ ମାନ୍ୟତାକୁ ପୁରିଲା ବର୍ଷେ, ଅନ୍ୟ ସାମଗ୍ରୀକୁ ମାନ୍ୟତା ଦାବି

author img

By

Published : Jul 29, 2020, 9:08 PM IST

ଭୁବନେଶ୍ବର: ବହୁ ବାଦ ବିବାଦ ପରେ ଓଡ଼ିଶା ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ । ଏହି ଜିଆଇ ଟ୍ୟାଗ ମାନ୍ୟତା ମିଳିବାକୁ ପୂରିଛି ସମାନ ଗୋଟେବର୍ଷ । ଏବର୍ଷ କୋରୋନା କଟକଣା ପାଇଁ ସେଲିବ୍ରେସନ ହୋଇନି ସତ । କିନ୍ତୁ ଆଗାମୀ ବର୍ଷ ମାନଙ୍କରେ ପାଳନ ହେବ । ସେହିପରି ଓଡ଼ିଶାର ଉତ୍ପାଦିତ ଅନ୍ୟ ସାମଗ୍ରୀ ଗୁଡିକୁ ଜିଆଇ ମାନ୍ୟତା ପାଇଁ ଦାବି ଜୋର ଧରିଛି । ପୂର୍ବରୁ ବିଧାନସଭାରେ ବିଜେଡି ବିଧାୟକ ଦେବୀ ମିଶ୍ର ଓଡ଼ିଶାର ଆରିଶା-କାକାରା, ରସାବଳୀ, ଛେନାପୋଡ ଓ ନିମାପଡ଼ାର ଛେନା ଝିଲ୍ଲୀକୁ ଜିଆଇ ମାନ୍ୟତା ମିଳିବା ପାଇଁ ଦାବି କରିଥିଲେ । ଏପରି ଅନେକ ଦାବିକୁ ବର୍ଷେ ପୁରିଗଲାଣି ହେଲେ ଏହି ସବୁ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିବା ନେଇ ସରକାରଙ୍କ ପଦକ୍ଷେପ ବେଶ ନଗନ୍ୟ ଏବଂ ନୈରାଶ୍ୟଜନକ।

ରସଗୋଲାକୁ ଜିଆଇ ମାନ୍ୟତାକୁ ପୁରିଲା ବର୍ଷେ, ଅନ୍ୟ ସାମଗ୍ରୀକୁ ମାନ୍ୟତା ଦାବି
ଓଡ଼ିଶାର ପ୍ରସ୍ତୁତ ହେଉଥିବା କେନ୍ଦ୍ରାପଡା ରସାବଳୀ, ନିମାପଡାର ଛେନାଝିଲ୍ଲୀ, ନୟାଗଡ଼ର ଛେନାପୋଡ ସହ କଟକ ର ତାରକସି କାମକୁ ଜିଆଇ ମାନ୍ୟତା ନେଇ ଅନେକ ଦାବି ଉଠିଛି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଆଇ ମିଳିବା ନେଇ କୈଣସି ପ୍ରକାରର ଉଦ୍ୟମ ହୋଇ ନଥିବା କହିଛନ୍ତି ଗବେଷକ ଅଶିତ ମହାନ୍ତି । ସେପଟେ ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଏଥିପାଇଁ ବଜାର ସୃଷ୍ଟି କରିବା ସହ ପାହଳରେ ରସଗୋଲା କ୍ଲଷ୍ଟର କରିବା ପାଇଁ ମଧ୍ୟ କହିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହା ସହ ଭୁବନେଶ୍ବରରେ ମଧ୍ୟ ଏକ ମିଠା ହବ୍ କରିବା ମନ୍ତବ୍ୟ ଦେଇଥିଲା ମନ୍ତ୍ରୀ । ସେହିପରି କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ବିଧାୟକ ଶଶୀଭୂଷଣ ବେହେରା । ହେଲେ ଏଯାବତ କୈଣସି କାର୍ଯ୍ୟ ଆଗେଇ ନଥିବା ବେଳେ ଏନେଇ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତିର ସଭାପତି କହିଛନ୍ତି ସରକାରଙ୍କ ପକ୍ଷରୁ କିଛିଦିନ ତଳେ ନୟାଗଡ ଛେନାପୋଡ ଓ ନିମାପଡା ଛେନାଝିଲ୍ଲିର ସାମ୍ପୁଲ ନେବା ସହ ତଦନ୍ତ ପାଇଁ ଯାଇଥିଲେ । ଏବଂ ଏକ ସର୍ଭେ କରି ରିପୋର୍ଟ ମଧ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।ଅନେକ ବିବାଦ ଓ ବିଦ୍ରୋହ ପରେ ଓଡ଼ିଶାର ହୋଇଛି ରସଗୋଲା । କିନ୍ତୁ ରସଗୋଲାର ପ୍ରସିଦ୍ଧି ଏବଂ ମାନ ବଢାଇବାକୁ ସରକରାଙ୍କ ଘୋଷଣା କେବଳ ଲଫାପା ଭିତରେ ଲଟକି ଯାଇଛି ।ସେପଟେ କେନ୍ଦ୍ରାପଡା ର ରସାବଳୀ କୁ ଜିଆଇ ମାନ୍ୟତା ମିଳିବା ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ରାପଡା ର ବିଧାୟକ ଶଶିଭୂଷଣ ବେହେରା ।ସେ କହିଛନ୍ତି ଯେ ଓଡ଼ିଶାର ଅନେକ ସାମଗ୍ରୀ ରହିଛି ଯାହାର ସ୍ଵତନ୍ତ୍ରତା ରହିଛି ।ସେହିପରି କେନ୍ଦ୍ରାପଡା ର ବଳଦେବଜୀଉ ଙ୍କ ରସାବଳୀ ର ବିକଳ୍ପ ଅନ୍ୟ କେଉଁଠି ନାହିଁ । ଏହକୁ ଜିଆଇ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି । ଏହାସହ ବିଧାନସଭା ରେ ମଧ୍ୟ ଏ କଥା ଉଠାଇବେ ବୋଲି ସେ କହିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈଣସି ପ୍ରତିକ୍ରିୟା ଦେଇନଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.