ETV Bharat / city

ମାଷ୍ଟର କ୍ୟାଣ୍ଟିନ ଘୋଡା ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ, ଭାଙ୍ଗିଲା ନର୍ତ୍ତକୀ ମୂର୍ତ୍ତି - ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିବା ଘଟଣା

ମାଷ୍ଟର କ୍ୟାଣ୍ଟିନ ଗୋଲେଇରୁ ଘୋଡା ନବୀକରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହି ସମୟରେ ଭାଙ୍ଗିଲା ନର୍ତ୍ତକୀ ମୂର୍ତ୍ତି । ଅଧିକ ପଢନ୍ତୁ...

BBSR Horse vandalise
ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଘୋଡା ଚତୁଃପାଶ୍ବ ସୌନ୍ଦର୍ଯ୍ୟକରଣ ସମୟରେ ଭାଙ୍ଗିଲା ନର୍ତ୍ତକୀ ମୂର୍ତ୍ତି
author img

By

Published : Aug 21, 2021, 4:35 PM IST

Updated : Aug 21, 2021, 6:59 PM IST

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ ଗୋଲେଇରୁ ଘୋଡା ନବୀକରଣ ପାଇଁ ଆରମ୍ଭ ପ୍ରକ୍ରିୟା ସମୟରେ ଭାଙ୍ଗିଲା ନର୍ତ୍ତକୀ ମୂର୍ତ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରବଳ ପ୍ରତିବାଦ । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ।

ମାଷ୍ଟର କ୍ୟାଣ୍ଟିନ ଘୋଡା ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ, ଭାଙ୍ଗିଲା ନର୍ତ୍ତକୀ ମୂର୍ତ୍ତି

ଅଭିଯାନ କର୍ମକର୍ତ୍ତା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଏହି ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି(ଶନିବାର) ତରବରିଆ ଭାବେ ଯେଉଁ ଭଳି ସ୍ଥାନାନ୍ତରିତ କାର୍ଯ୍ୟ କରାଯାଉଛି ଏହାକୁ ବିରୋଧ କରାଯାଇଛି । ଏହା ସହ ମୂର୍ତ୍ତି ଭାଙ୍ଗିବା ଦ୍ୱାରା ଆମ ଐତିହ୍ୟ ନଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅଭିଯାନ କର୍ମକର୍ତ୍ତା । ସରକାର ସୌନ୍ଦର୍ଯ୍ୟକରଣର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ରଖିନାହାନ୍ତି । ସୌନ୍ଦର୍ଯ୍ୟକରଣର ନାଁରେ ପ୍ରତାରଣା କରିଛନ୍ତି ବୋଲି ସେମାନେ ଅଭିଯୋଗ କହିଛନ୍ତି ।

ସୂଚନା ଅନୁଯାୟୀ ଆଜି ମାଷ୍ଟର କ୍ୟାଣ୍ଟିନ ଘୋଡା ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ BMC, BDA ପକ୍ଷରୁ ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ସମୟରେ ଏକ ମୂର୍ତ୍ତି ଭାଙ୍ଗିଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 21, 2021, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.