ETV Bharat / city

ସେପ୍ଟେମ୍ବର ପହିଲାରୁ ‘ୱାନ ନେସନ ୱାନ କାର୍ଡ’ ଆରମ୍ଭ; ଭୁବନେଶ୍ବରରୁ ପାଇଲଟ ପ୍ରୋଜେକ୍ଟ - ଜାତୀୟ ଖାଦ୍ୟ ସୁରକ୍ଷା ଆଇନ

ଏଣିକି ଦେଶର ନାଗରିକ ଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ଥାଇ ନିଜ ରାସନ ସାମଗ୍ରୀ ନେଇ ପାରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 20, 2019, 9:07 PM IST

ଭୁବନେଶ୍ବର: ଏଣିକି ରାଜ୍ୟର ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ହିତାଧିକାରୀ ସାମଗ୍ରୀ ଉଠାଇପାରିବେ । ସେପ୍ଟେମ୍ବର ପହିଲାରୁ ଭୁବନେଶ୍ବର ମହାନଗର ନିଗମରେ ପ୍ରଥମେ ଆରମ୍ଭ ହେବ ଏହି ସୁବିଧା । ଏନେଇ କେନ୍ଦ୍ର ସରକାର ପୂର୍ବରୁ ନିର୍ଦେଶ ଦେଇ ସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଆରମ୍ଭ ହେବ ରାସନକାର୍ଡ ପୋର୍ଟାବିଲିଟି । ‘ୱାନ ନେସନ ୱାନ ରାସନ’ ଯୋଜନା ଅନୁଯାୟୀ ଏହି ବ୍ୟବସ୍ଥା ପ୍ରଚଳନ ହେବ । ଏହା କାର୍ଯ୍ୟକାରୀ ହେଲେ ଯେକୌଣସି ସ୍ଥାନରୁ ଜଣେ ହିତାଧିକାରୀ ନିଜ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ଉଠାଇ ପାରିବ । ସେପ୍ଟେମ୍ବର ପହିଲାରୁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହେବ ଏହା । ରାଜଧାନୀର ୧୨୭ଟି ଯୋଗାଣ ଦୋକାନରେ ମିଳିବ ଏହି ସୁବିଧା । ପରେ ସାରା ରାଜ୍ୟରେ ଲାଗୁ ହେବ ଏହା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସୁବିଧାରେ ରାସନ ସାମଗ୍ରୀ ମିଳିବ । ହିତାଧିକାରୀ ନିଜ ସୁବିଧା ଅନୁଯାୟୀ ଯେକୌଣସି ଯୋଗାଣ କେନ୍ଦ୍ରରୁ ରାସନ ନେଇପାରିବେ ।

ପରେ ସାରା ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ଯୋଗାଣଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଏହି ସୁବିଧା ପାଇଁ ହିତାଧିକାରୀଙ୍କ ଆଧାର କାର୍ଡ ଲିଙ୍କ କରାଯାଉଛି । ଅଗଷ୍ଟ ମାସ ଶେଷ ସୁଦ୍ଧା ଆଧାର କାର୍ଡ ଲିଙ୍କ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଏଣିକି ରାଜ୍ୟର ଯେ କୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ।ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ସାମଗ୍ରୀ ଉଠାଇପାରିବେ।ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱର ମହାନଗର ନିଗମରେ ଆରମ୍ଭ।

Body:ସେପ୍ଟେମ୍ବର ୧ ରୁ ରାଜ୍ୟରେ ଆରମ୍ଭ ହେବ ରାସନକାର୍ଡ ପୋର୍ଟବିଲିଟି।ୱାନ ନେସନ ୱାନ ରାସନ ଯୋଜନା ଅନୁଯାୟୀ ଏହି ବ୍ୟବସ୍ତା ପ୍ରଚଳନ ହେବ।ଏହା ହେଲେ ,ଯେ କୌଣସି ସ୍ଥାନରୁ ଜଣେ ହିତାଧିକାରୀ ନିଜ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ଉଠାଇ ପାରିବ।ସେପ୍ଟେମ୍ବର ପହିଲାରୁ ପାଇଲଟ ପ୍ରୋଜେକ୍ଟ ଆଧାରରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେବ।ରାଜଧାନୀର ୧୨୭ ଟି ଫେଆର ପ୍ରାଇସ ସପରେ ମିଳିବ ଏହି ସୁବିଧା।ପରେ ସାରା ରାଜ୍ୟରେ ଲାଗୁ ହେବ ଏହି ସୁବିଧା।ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏହି ବ୍ୟବସ୍ତା ପ୍ରଚଳନ ପାଇଁ ଚିଠି ଲେଖି ଅବଗତ କରାଇଛି ଯୋଗାଣ ବିଭାଗ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସୁବିଧାରେ ରାସନ ଖାଦ୍ୟସଶ୍ୟ ଯୋଗାଇ ଦେବା ନେଇ ସରକାର ଏ ବ୍ୟବସ୍ଥା ଆରମ୍ଭ କରିଛନ୍ତି।ହିତାଧିକାରୀ ନିଜ ସୁବିଧା ଅନୁଯାୟୀ ଯେ କୌଣସି ଫେଆର ପ୍ରାଇସ ସପରୁ ନେଇପାରିବେ।

ଏହା ପରୀକ୍ଷାମୂଳକ ଭାବେ ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ ,ସହରରେ ଥିବା ସମସ୍ତ ହିତାଧିକାରୀ ୧୧୭ ଟି ଦୋକାନ ମଧ୍ୟରୁ ଯେକୌଣସି ଦୋକାନରୁ ସେମାନଙ୍କର ଖାଦ୍ୟ ସାମଗ୍ରୀ ଉଠାଇପାରିବେ।ହିତାଧିକାରୀ ନିଜ ଇଚ୍ଛା ମୁତାବକ ଦୋକାନ ବାଛିବେ।ପରେ ସମଗ୍ର ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।ଏହି ସୁବିଧା ପାଇଁ ହିତାଧିକାରୀଙ୍କ ଆଧାର ଲିଂକେଜ କରାଯାଉଛି।ଅଗଷ୍ଟ ମାସ ଶେଷ ସୁଦ୍ଧା ଲିଂକେଜ ଶେଷ ହେବ।ରିନୁଆଲ ହେବ ନାହିଁ ନୂଆ ଆଧରକାର୍ଡ ସିଲିଂ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୬୭ ଟି ୱାର୍ଡ ରେ ୧୨୭ ଫେଆର ପ୍ରାଇସ ସପ ରେ ଏହା କରାଯିବ।ସୂଚନାଯୋଗ୍ୟ କି ବିଏମସି ଅଞ୍ଚଳରେ ୧ଲକ୍ଷ ୭୪୮ ହିତାଧିକାରୀ ପରିବାରଙ୍କୁ ରେସନ ସୁବିଧା ଯୋଗାଇ ଦିଆଯାଉଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.