ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଗତ 24 ଘଣ୍ଟାରେ ଜଣେ ମୃତ

ରାଜ୍ୟରେ ଗତ 24 ଘଣ୍ଟାରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Jan 16, 2021, 4:15 PM IST

One more corona patient demised today
ରାଜ୍ୟରେ କମୁଛି ସଂକ୍ରମଣ, ଗତ 24 ଘଣ୍ଟାରେ ଜଣେ ମୃତ

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ଶୁକ୍ରବାର 2 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି(ଶନିବାର) ଆଉ ଜଣେ ଆକ୍ରାନ୍ତଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି । ଏହାସହିତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1899ରେ ପହଞ୍ଚିଛି ।

ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର ହୋଇଥିବାବେଳେ ମୃ୍ତ୍ୟୁ ବେଳକୁ ତାଙ୍କୁ 43 ବର୍ଷ ହୋଇଥିଲା । ତେବେ ସେ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ସୁନ୍ଦରଗଡ ଜିଲ୍ଲାରେ ଏହି ମୃତକଙ୍କୁ ମିଶାଇ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 171 ରେ ପହଞ୍ଚିଛି । ଏହାସହିତ ଜିଲ୍ଲାରେ 15 ହଜାର 135 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ 281 ଜଣ ସକ୍ରିୟ ଅଛନ୍ତି ।

ଶୁକ୍ରବାର ପ୍ରାଣ ହରାଇଥିବା 2 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ଖୋର୍ଦ୍ଧାର 69 ବର୍ଷୀୟ ଆକ୍ରାନ୍ତ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିବା ବେଳେ ସୁନ୍ଦରଗଡର ଆକ୍ରାନ୍ତଙ୍କୁ ମୃତ୍ୟୁବେଳକୁ 50 ବର୍ଷ ହୋଇଥିଲା । ଶନିବାର ସୁଦ୍ଧା ରାଜ୍ୟରେ ମୋଟ 3 ଲକ୍ଷ 33 ହଜାର 127 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 3 ଲକ୍ଷ 29 ହଜାର 88 ଜଣ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.