ETV Bharat / city

ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଜନ୍ମ ହେଲା ଆଉ ଏକ ଶିଶୁ - ଟ୍ରେନରେ ଜନ୍ମ ହେଲା ଆଉ ଏକ ଶିଶୁ

ପୂର୍ବତଟ ରେଳ ପ୍ରାଧିକରଣ ତଥା ଓଡିଶାରେ ଶ୍ରମିକ ସ୍ପେଶାଲ ଟ୍ରେନରେ ତୃତୀୟ ଶିଶୁ ଜନ୍ମ । ଆଜି ସକାଳ 5ଟା 40 ସମୟରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି ଜଣେ ମହିଳା ।

ସ୍ୱତନ୍ତ୍ର  ଶ୍ରମିକ ଟ୍ରେନରେ ଜନ୍ମ ହେଲା ଆଉ ଏକ ଶିଶୁ

author img

By

Published : Jun 5, 2020, 1:12 PM IST

ଭୁବନେଶ୍ବର: ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଜନ୍ମ ହେଲା ଆଉ ଏକ ଶିଶୁ । ତେଲେଙ୍ଗାନର ଲିଙ୍ଗମପଲ୍ଲୀରୁ ବାଲାଙ୍ଗୀରକୁ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ (07743)ରେ ଜଣେ ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଟିଟିଲାଗଡ ରେଳବାଇ ଡାକ୍ତର ଉପସ୍ଥିତ ରହି ଯାଞ୍ଚ କରିଥିଲେ । ମା ଓ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି ।

ସ୍ୱତନ୍ତ୍ର  ଶ୍ରମିକ ଟ୍ରେନରେ ଜନ୍ମ ହେଲା ଆଉ ଏକ ଶିଶୁ
ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଜନ୍ମ ହେଲା ଆଉ ଏକ ଶିଶୁ

19 ବର୍ଷୀୟ ମୀନା କୁମ୍ଭାର ଆଜି ସକାଳ 5ଟା 40 ସମୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ADMO ଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସବ୍-ଡିଭିଜନାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଜନନୀ ଆମ୍ବୁଲାନ୍ସ ସେବାକୁ ଉତ୍ସାହିତ କରି ସେମାନଙ୍କୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ମହିଳା ଜଣକ ବଲାଙ୍ଗୀର ଜିଲ୍ଲାର ଥୋଡିବାହାଲ୍ ଅଞ୍ଚଳର। ଏହା ହେଉଛି ପୂର୍ବତଟ ରେଳ ପ୍ରାଧିକରଣ ତଥା ଓଡିଶାରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ହୋଇଥିବା ତୃତୀୟ ଶିଶୁ । ସମଗ୍ର ଭାରତୀୟ ରେଳବାଇରେ ଏହା 37 ତମ ଶିଶୁ ହେବ । ଗତକାଲି ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନରେ 36ଟି ଶିଶୁ ଜନ୍ମ ହୋଇଥିବା ଜଣାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.