ETV Bharat / city

BMC Polls: ନାମାଙ୍କନର 4ର୍ଥ ଦିନ, ଜଣେ ମେୟର ସହ ୨୦ କର୍ପୋରେଟର କଲେ ନାମାଙ୍କନ ଦାଖଲ

author img

By

Published : Mar 5, 2022, 8:41 PM IST

ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକ୍ରିୟା ବା ନାମାଙ୍କନର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ମାମାଙ୍କନ ଦାଖଲ କରିଛନ୍ତି ଜଣେ ମେୟର ସହ ୨୦ ଜଣ କର୍ପୋରେଟର ପ୍ରାର୍ଥୀ । ଏହାକୁ ନେଇ ନାମାଙ୍କନ ତିନି ଦିନ ପରେ ଜଣେ ମେୟର ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ

BMC Polls: ନାମାଙ୍କନର ଚତୁର୍ଥ ଦିନ,ଜଣେ ମେୟର ସହ ୨୦ କର୍ପୋରେଟର କଲେ ନାମାଙ୍କନ ଦାଖଲ

ଭୁବନେଶ୍ବର: ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକ୍ରିୟା ବା ନାମାଙ୍କନର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ମାମାଙ୍କନ ଦାଖଲ କରିଛନ୍ତି ଜଣେ ମେୟର ସହ ୨୦ ଜଣ କର୍ପୋରେଟର ପ୍ରାର୍ଥୀ । ଏହାକୁ ନେଇ ନାମାଙ୍କନ ତିନି ଦିନ ପରେ ଜଣେ ମେୟର ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

କୃପାଦଳ ପକ୍ଷରୁ ଭାଗବତୀ ଦେବୀ ମେୟର ପଦ ପାଇଁ ନାମାଙ୍କନ ଭରିଛନ୍ତି । ଆଜି (ଶନିବାର) କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ନାମାଙ୍କନ ଦାଖଲ ହୋଇଥିବା ବେଳେ ବିଜେଡି, ବିଜେପି ,ଆପ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୧ ଜଣ ନାମାଙ୍କନ କରିଛନ୍ତି । ତେବେ ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ।

ଆଜି ଚତୁର୍ଥ ଦିନରେ ମଧ୍ୟ ନାମାଙ୍କନ ପତ୍ର କ୍ରୟ କରିବାକୁ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତିନି ପ୍ରମୁଖ ଦଳ ସହ ଆପ ଓ କିଛି ସ୍ବାଧୀନ ଦଳର ଆଶାୟୀ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଭରିଥିଲେ। ଅନ୍ୟପଟେ ମାସିଭ ସ୍କେଲର୍ ଫର୍ମ କିଣା ହେଉଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଏହାବି ପଢନ୍ତୁ : CMC ULB Polls: ନାମାଙ୍କନ ଦାଖଲର ୪ର୍ଥ ଦିନ, 12 ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର ଦାଖଲ

ଏ ଯାବତ ୬୦୦ ରୁ ଅଧିକ ଫର୍ମ ବିକ୍ରି ସରିଛି । ଆଗକୁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୨୦ ଜଣ କର୍ପୋରେଟର ଓ ଜଣେ ମେୟର ପାଇଁ ଫର୍ମ ନେଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ତେବେ ଆଉ ଦୁଇଦିନ ନାମାଙ୍କନରେ ତାରିଖ ରହିଥିବା ବେଳେ ଆଗକୁ ହେବାକୁ ଥିବା ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ତଥା ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ ସ୍ୱାଇଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.