ETV Bharat / city

'ଗୋଟିଏ ଡୋଜ୍‌ରେ ପୂର୍ଣ୍ଣ ସୁରକ୍ଷିତ ନୁହେଁ, ବିଳମ୍ବ ହେଲେ ବି ଦ୍ବିତୀୟ ଡୋଜ୍‌ ଜରୁରୀ'

ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଗୋଟିଏ ଡୋଜ୍‌ ଟିକା ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ । ବିଳମ୍ବ ହେଲେବି ଦ୍ବିତୀୟ ଡୋଜ୍‌ ନେବା ଜରୁରୀ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ...

'ଗୋଟିଏ ଡୋଜ୍‌ରେ ପୂର୍ଣ୍ଣ ସୁରକ୍ଷିତ ନୁହେଁ, ବିଳମ୍ବ ହେଲେ ବି ଦ୍ବିତୀୟ ଡୋଜ୍‌ ଜରୁରୀ'
'ଗୋଟିଏ ଡୋଜ୍‌ରେ ପୂର୍ଣ୍ଣ ସୁରକ୍ଷିତ ନୁହେଁ, ବିଳମ୍ବ ହେଲେ ବି ଦ୍ବିତୀୟ ଡୋଜ୍‌ ଜରୁରୀ'
author img

By

Published : Oct 7, 2021, 3:57 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଗୋଟିଏ ଡୋଜ୍‌ ଟିକା ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ । ବିଳମ୍ବ ହେଲେବି ଦ୍ବିତୀୟ ଡୋଜ୍‌ ନେବା ଜରୁରୀ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କୋଭିଡ ଟିକାକରଣକୁ ନେଇ ଆଜି (ଗୁରୁବାର) ପ୍ରତିକ୍ରିୟା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୨୧ ଡୋଜ କୋଭିଡ ଟିକାକରଣ ହୋଇଛି । ଯେଉଁ ମାନଙ୍କର ଦ୍ବିତୀୟ ଡୋଜ ଟିକା ନେବା ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଟିକା ନେଇଛନ୍ତି ।

'ଗୋଟିଏ ଡୋଜ୍‌ରେ ପୂର୍ଣ୍ଣ ସୁରକ୍ଷିତ ନୁହେଁ, ବିଳମ୍ବ ହେଲେ ବି ଦ୍ବିତୀୟ ଡୋଜ୍‌ ଜରୁରୀ'

ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ ଖୁବଶୀଘ୍ର ଟିକା ଦିଆଯିବ । ତାହାରି ଉପରେ ବର୍ତ୍ତମାନ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଡୋଜ୍‌ରେ ୨ କୋଟି ୩୦ ଲକ୍ଷ ଟିକାକରଣ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ରେ ୯୧ ଲକ୍ଷ ଟିକାକରଣ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଟିକାକରଣ ପାଇଁ ପ୍ରୟାସ କରାଯାଉଛି । ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦିତୀୟ ଡୋଜ୍‌ ଟିକା ନେବାକୁ ଥିବା ବେଳେ ଏବେ ଆଉ ୨୧ ଲକ୍ଷ ଲୋକ ବାକି ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ୨୩ ଲକ୍ଷ ଡୋଜ କୋଭିଡ୍‌ ଟିକା ମହଜୁଦ ଅଛି । ଦୈନିକ ୪ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରହିଛି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ସେପଟେ ଦିବ୍ୟାଙ୍ଗ, ବୟସ୍କ, ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ ଟିକା ଦିଆଯିବାକୁ ଜିଲ୍ଲା ସ୍ତରର ପ୍ରୟାସ ଆରମ୍ଭ ହୋଇଛି । ଟିକା ପାଇଁ ଜିଲ୍ଲା ସ୍ତରରେ ହେଲ୍ପଲାଇନ୍‌ ନମ୍ବର କରାଯାଇଛି । ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନେ ହେଲ୍ପ ଲାଇନ ନମ୍ବର ଜାରି କରିବେ । ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଞ୍ଚି ଟିକାକରଣ କରାଯିବ । ୩-୪ ଦିନ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।

ପୂର୍ବରୁ ଘର ପାଖରେ ଟିକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରି ନାହାନ୍ତି । ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି କେବଳ ସେମାନଙ୍କୁ ଘରେ ମୋବାଇଲ ଭ୍ୟାନ ସାହାଯ୍ୟରେ ଟିକା ଦିଆଯିବ । ଗୋଟିଏ ଡୋଜ୍‌ ନେଲେ ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ । ତେଣୁ ଦ୍ବିତୀୟ ଡୋଜ୍‌ ନେବା ଜରୁରୀ । ବିଳମ୍ବ ହେଲେ ବି ଦିତୀୟ ଡୋଜ୍‌ ନେବା ଜରୁରୀ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.