ETV Bharat / city

STFର ଚଢାଉ, ବରମୁଣ୍ଡାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ - STF ର ଚଢାଉ

ବ୍ରାଉନସୁଗାର ଯୋଗାଣ ବେଳେ ଏସଟିଏଫର ଚଢାଉ । ପ୍ରାୟ 1 କୋଟି 17 ଲକ୍ଷ ଟଙ୍କାର ବ୍ରାଉନସୁଗାର ଚାଲାଣ ବେଳେ ଚଢାଉ କରିଛି ଏସଟିଏଫ୍ । ଅଧିକ ପଢନ୍ତୁ..

ବରମୁଣ୍ଡାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
ବରମୁଣ୍ଡାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
author img

By

Published : Oct 31, 2020, 1:29 PM IST

Updated : Oct 31, 2020, 4:12 PM IST

ଭୁବନେଶ୍ବର: ବ୍ରାଉନସୁଗାର ଯୋଗାଣ ବେଳେ ଏସଟିଏଫର ଚଢାଉ । ପ୍ରାୟ 1 କୋଟି 17 ଲକ୍ଷ ଟଙ୍କାର ବ୍ରାଉନସୁଗାର ଚାଲାଣ ବେଳେ ଚଢାଉ କରିଛି ଏସଟିଏଫ୍ । ସୂଚନା ଆଧାରରେ ବରମୁଣ୍ଡାରୁ 1 କେଜି 170 ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ ।

ସୌମେନ୍ଦ୍ର ପ୍ରିୟଦର୍ଶି

ଏକ ପୁରୁଣା ଗ୍ୟାରେଜ ପାଖରେ ବ୍ରାଉନସୁଗାର ପାଇଁ ଅପେକ୍ଷା କରିଥିବା ବେଳେ ସୂଚନା ପାଇ ଜବତ କରିଥିଲା ଏସଟିଏଫ ଟିମ । ତେବେ ଏହି ଘଟଣାରେ ବାଲେଶ୍ବର ଜଳେଶ୍ବର ଅଞ୍ଚଳର ସେଖ ହାସିନ ବକ୍ସକୁ ଗିରଫ କରିଛି ଏସଟିଏଫ ଟିମ।

ଏହି ଜବତ ବ୍ରାଉନସୁଗାରକୁ ମିଶାଇ ଜାନୁଆରୀରୁ ଏଯାବତ ୨୨୧୬୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜାନୁଆରୀରୁ ଏପର୍ଯନ୍ତ ୨୪ଟି କେସରେ ୪୪ ଜଣଙ୍କୁ ଗିରଫ କରାଯାଇଛି । 22 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି।

ଯଦି ରାଜ୍ୟରୁ ମୋଟ ଓଡିଶା ପୋଲିସ ଦ୍ବାରା ଆନୁମାନିକ ୩୦ କେଜି ବ୍ରାଉନସୁଗାର ଜବତ କରାଯାଇଛି, ସେଥିମଧ୍ୟରୁ କେବଳ ୨୨ କେଜି ୧୬୮ ଗ୍ରାମ ଏସଟିଏଫ ଦ୍ବାରା ଜବତ କରାଯାଇଛି। ଓଡିଶା ଇତିହାସରେ ସର୍ବାଧିକ ବ୍ରାଉନସୁଗାର ଚଳିତବର୍ଷ ଜବତ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 31, 2020, 4:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.