ETV Bharat / city

ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ବାନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Dec 25, 2021, 8:48 PM IST

ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଣ୍ଟନ ଅଭିଯାନର ଶୁଭାରମ୍ଭ । ସ୍ନାତକ ଏବଂ ସ୍ନାତକୋତ୍ତର ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ଦିଆଗଲା ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ । ଅଧିକ ପଢନ୍ତୁ

ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖୁବା ପାଇଁ ଯୁବପିଢିଙ୍କୁ ଆହ୍ବାନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ବାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଣ୍ଟନ ଅଭିଯାନର ଶୁଭାରମ୍ଭ ହୋଇଛି । ସ୍ନାତକ ଏବଂ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ଦିଆଗଲା ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମହାମାରୀ ସମୟରେ ଦେଶରେ ଶିକ୍ଷା ପ୍ରଦାନର ମହତ୍ଵ ଅଧିକ ବଢ଼ିଛି । ଏହି ସମୟରେ ସ୍ମାର୍ଟ ଫୋନ ଏବଂ ଟ୍ୟାବଲେଟ ଦରକାରୀ ଜିନିଷ ହୋଇଛି ।

ମହାମାରୀ ସମୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ଓ ଟ୍ୟାବଲେଟ ନ ଥିଲା । ଯେଉଁ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଥିଲେ । ମାତ୍ର ବର୍ତ୍ତମାନ ସମୟରେ ୟୁପିରେ ଯୁବପିଢିଙ୍କୁ ଡିଜିଟାଲ ଶିକ୍ଷା ପ୍ରତି ପ୍ରୋତ୍ସାହନ ଦେବା ଦିଗରେ ଆଜିର କାର୍ଯ୍ୟକ୍ରମ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶନିବାର ସ୍ନାତକ ଏବଂ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଓ ଟ୍ୟାବଲେଟ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଦ୍ୟାର୍ଥୀଙ୍କୁ ୧ କୋଟି ସ୍ମାର୍ଟଫୋନ ଓ ଟ୍ୟାବଲେଟ୍ ମାଗଣାରେ ବଣ୍ଟନ କରାଯାଇଛି। ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀରୁ ହାତ ମୁଠାରେ ରଖିବା ଦିଗରେ ଏକ ବୃହତ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ଉତ୍ସାହ ଓ ଉଦ୍ଦୀପନା ଏହି କଥାକୁ ପ୍ରମାଣିତ କରୁଛି । ୟୁପି ସରକାର ୱାନ କ୍ରିଷ୍ଟିକ୍ –ଓ୍ବିନ ପ୍ରଡକ୍ଟ (ଓଡ଼ିଓପି) ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ୟୁପିର ସବୁ ଜିଲ୍ଲାରେ ନୂଆ କଳା ଓ ବ୍ୟବସାୟ ଶତାବ୍ଦୀରୁ ରହିଛି । ବିଦ୍ୟାର୍ଥୀମାନେ ମିଳିଥିବା ସ୍ମାର୍ଟ ମୋବାଇଲ ଓ ଟ୍ୟାବଲେଟ୍ ମାଧ୍ୟମରେ ପାଠପଢା ସହ ରୋଜଗାର ମଧ୍ୟ କରିପାରିବେ। ଏହାକୁ ନେଇ ମଧ୍ୟ ଆହୁରି କହିଛନ୍ତି ଯେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ୟୁପିରେ ନୂଆପିଢ଼ିଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ମହାମାରୀ ସମୟରେ ୟୁପିରେ ସରକାରୀ ସ୍କୁଲରେ ଉନ୍ନତମାନର ପଢ଼ିବାର ସୁବ୍ୟବସ୍ଥା କରାଯାଇଛି । ୟୁପିରେ ବିଶେଷତଃ ସରକାରଙ୍କ ଦ୍ଵାରା ପରିଚାଳିତ ସ୍କୁଲ ପ୍ରଗତି ପଥରେ ଅଛି । ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିଛି ।

ଅନେକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବିଦ୍ୟାର୍ଥୀଙ୍କୁ ରୋଜଗାର ଏବଂ ଦକ୍ଷତା ଆଧାରିତ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇଛି । ଅପରପକ୍ଷରେ ଡିଜିଟାଲ କ୍ଷେତ୍ରକୁ ପ୍ରାଥମିତା ଦେବା ଭିତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଦେଶର ସବୁ ଗାଁରେ ହାଇସ୍ପିଡ ଇଣ୍ଟରନେଟ ସଂଯୋଗ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ୍ନୌସ୍ଥିତ ଲୋକଭବନ ଠାରେ ତାଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.