ETV Bharat / city

ପାସପୋର୍ଟ ଅଫିସ ସମ୍ମୁଖରୁ ଲୁଟ୍ ଘଟଣା, ଜଣେ ଗିରଫ - loot

ପାସପୋର୍ଟ ଅଫିସ ସମ୍ମୁଖରେ ଥିବା ଏକ କାରରୁ ଭ୍ୟାନିଟ୍ ଓ ସୁନାଗହଣା ଲୁଟି ଫେରାର ହୋଇଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 15, 2019, 7:56 PM IST

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ବିପ୍ରହରେ ବିନା ଭୟରେ ଲୋକଙ୍କୁ ଲୁଟୁଛନ୍ତି ଏହି ଲୁଟେରା ଦଳ । କିଛି ଦିନ ତଳେ ଭୁବନେଶ୍ବର ସ୍ଥିତ ପାସପୋର୍ଟ ଅଫିସ ସମ୍ମୁଖରେ ଥିବା ଏକ କାରରୁ ଭ୍ୟାନିଟ୍ ଓ ସୁନାଗହଣା ଲୁଟି ଫେରାର ହୋଇଥିଲେ ଦୁର୍ବୃତ୍ତ । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଆଜି ନୟାପଲ୍ଲୀରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ନିରଞ୍ଜନ ନାୟକ ଓରଫ ଟିକନ । ତା ନିକଟରୁ ଏକ ସୁନାର ହାର, ଚୁଡି, ମଙ୍ଗଳସୂତ୍ର, ଚେନ୍ ସହ ଗୋଟିଏ ମୋବାଇଲ ଫୋନ୍ ଓ ସୁନା ବିକ୍ରି କରିଥିବା ମଣିପୁରମ ସୁନା ଋଣର ଏକ ବିଲ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ରାଜେଶ କୁମାର ସ୍ୱାଇଁ ଓ ତାଙ୍କ ପରିବାର କିଛି କାମରେ ପାସପୋର୍ଟ ଅଫିସ ଯାଇଥିଲେ । କାରଟିକୁ ପାସପୋର୍ଟ ଅଫିସ ସମ୍ମୁଖରେ ପାର୍କିଂ କରିଥିଲେ । ମାତ୍ର ସେ ପାସପୋର୍ଟ ଅଫିସରୁ କାମ ସାରି ଫେରିବା ପରେ କାର ଭିତରୁ ବ୍ୟାଗ ସମେତ ସୁନା ଅଳଙ୍କାର ଥିବା ବ୍ୟାଗ ଓ ଟଙ୍କା ମୋବାଇଲ ଫୋନ ଗାଏବ ହୋଇଯାଇଛି । ତେବେ କାର ଲକ ଥିବା ବେଳେ କେହି ଜଣେ ଦୃର୍ବୃତ୍ତ କାରକୁ ପିଛା କରି ଏପରି କାଣ୍ଡ ଘଟାଇ ଥାଇପାରେ ବୋଲି ରାଜେଶ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ପାସପୋର୍ଟ ଅଫିସ ନିକଟରେ ଲାଗିଥିବା ସିସିଟିଭି ଅଚଳ ଥିବାରୁ ପୋଲିସ ସ୍ଥାନୀୟ ଅପରାଧୀଙ୍କ ଉପରେ ନଜର ରଖିଥିଲା । ଯଦ୍ବାରା ପୋଲିସ ନିରଞ୍ଜନକୁ ଧରିବାର ସଫଳ ହୋଇଥିଲା । ରାଜଧାନୀ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ରାଜଧାନୀ ବାସୀଙ୍କ ପାଇଁ ଏହା କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପାସପୋର୍ଟ ଅଫିସ ସମ୍ମୁଖରୁ କାରରୁ ସୁନା ଲୁଟ ଘଟଣା ରେ ଜଣେ ଗିରଫ।

କିଛି ଦିନ ପରେ ପୁଣି ଥରେ ମାଟିଛନ୍ତି ଲୁଟେରା। ରାଜଧାନୀ ରେ ସୁରଖିତ ନାହାନ୍ତି ରାଜଧାନିବାସୀ। ବିଭିନ୍ନ ଧରଣର ଲୁଟେରା ରାଜଧାନୀରେ ଅଡ୍ଡା ଜମେଇଲେଣି। ଭୁବନେଶ୍ୱର ପାସପୋର୍ଟ ଅଫିସ ସମୂଖରୁ ଲୁଟ କରିଛନ୍ତି ଲୁଟେରା। କାରରୁ ବ୍ୟାନିଟ ବ୍ୟାଗ ଓ ସୁନା ଅଳଙ୍କାର ଲୁଟ ହୋଇଥିଲା । ଏକ ମାମଲା ରୁଜୁ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ନାୟପାଲି ଅଂଚଳରୁ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନାୟପାଲି ପୋଲିସ।

Body:

ରାଜଧାନୀରେ ଲୋକମାନେ କିଭଳି ସୁରକ୍ଷିତ ଏବି ଘଟଣା ପରେ ଜଣାପଡୁଛି। ଜନଗହଳି ପୂର୍ଣ୍ଣ ରାସ୍ତା ରେ ଲୁଟର ଶିକାର ହେଉଛନ୍ତି ରାଜଧାନିବାସୀ। ନା ଅଛି ପୋଲିସ ର ଭୟ ନ ଲୋକମାନଙ୍କର ଦିନ ଦିହିପହରରେ ଲୁଟି ନେଉଛନ୍ତି ଲୁଟେରା। ରାଜଧାନୀ ରେ ଦେଖିବାକୁ ମିଳିଛି ନୂଆ ପ୍ରକାରର ଲୁଟ।

ରାଜଧାନୀରେ ଥୁବା ପାସପୋର୍ଟ ଅଫିସ ପାଖ ରେ ଦିନ ସମୟରେ ଜଣେ ଲୋକ ପାସପୋର୍ଟ ଅଫିସ3 ଆସି ହଟ୍ଟହଟ୍ଟା ହୋଇଥିଲେ। ପାସପୋର୍ଟ ଅଫିସ ରୁ କାମ ସାରି ଦେଖିଥିଲେ ନିଜ କାର ଭୁତରୁ ବ୍ୟାଗ ସହ ସୁନାଗହଣା ଚୋରି ହୋଇଯାଇଛି। ନୟାପଲ୍ଲୀ ଥାନାରେ ଏତଲା ପରେ ଏକ ମାମଲା ରୁଜୁ କରି ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ପାଖ ରେ ଥିବା ସମସ୍ତ ସିଆଇଟିଭି କ୍ୟାମେରା ଅଚଳ ହୋଇଯାଇଥିବାରୁ ପୋଲିସ ପ୍ରଥମେ ସ୍ଥାନୀୟ ଅପରାଧୀଙ୍କ ଉପରେ ନଜର ରଖିଥିଲା। ଯାହା ଫଳରେ ନିରଞ୍ଜନ ନାୟକ ଓରଫ ଟିକନ କୁ ପୋଲିସ ଗିରଫ କରିଛି। ନିରଞ୍ଜନ ନିକଟରୁ ଏକ ସୁନା ହାର, ସୁନା ମଙ୍ଗଳସୁତ୍ର, ସୁନା ଚୁଡି, ସୁନା ଚେନ, ଗୋଟେ ମୋବାଇଲ ଫୋନ ଓ ସୁନା ବିକ୍ରି କରିଥିବା ମନପୁରମ ସୁନା ଋଣ ର ଏକ ବିଲ କୁ ଜବତ କରିଛି ନାୟପାଲି ପୋଲିସ।

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ ଟା ସମୟ। ରାଜେଶ କୁମାର ସ୍ୱାଇଁ ଓ ପରିବାର ମିଶି ପାସପୋର୍ଟ ଅଫିସ କିଛି କାମ ରେ ଯାଇଥିଲେ। କାର ଟି କୁ ପାସପୋର୍ଟ ଅଫିସ ସମ୍ମୁଖରେ ରଖିଥିଲେ। ପାସପୋର୍ଟ ଅଫିସ ରୁ କାମ ସାରି ଆସି ଦେଖନ୍ତି ତା କାର ରୁ ବ୍ୟାଗ ସମେତ ସୁନା ଅଳଙ୍କାର ଥିବା ବ୍ୟାଗ ଓ ଟଙ୍କା ମୋବାଇଲ ଫୋନେ ନାହିଁ। କାର ଲକ ଥିବା ବେଳେ କେହି ଜଣେ ଦୃବୁତ୍ତ କାର କୁ ପିଛା କରି ଏପରି କରିଥାଇ ପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ବ୍ୟାଗରେ ପାଖ ପକ୍ଷୀ ୪ ଲକ୍ଷ ଟଙ୍କାର ସୁନା ଗହଣା ରହିଥିବା ନେଇ କହିଛନ୍ତି ରାଜେଶ ମହାନ୍ତି। ଏପରିକି ରାଜଧାନୀ ରେ ଦିନ ରେ ବି ରାସ୍ତାରେ ବୁଲିବାକୁ ଡର ଲାଗୁଛି ବୋଲି କହିଛନ୍ତି। ରାଜଧାନୀ ରେ ଏବେ ଜଣେ କିଭଳି ସୁରଖିତ ବୋଲି ପ୍ରଶ୍ନ ଉଠିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.