ଭୁବନେଶ୍ବର: ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ସମସ୍ତ ରାଜ୍ୟକୁ ପ୍ରଥମ ଦଫା ଅର୍ଥ ଦେଇଛି କେନ୍ଦ୍ର । ଓଡିଶାକୁ ପ୍ରଥମ ପର୍ଯ୍ୟାୟରେ 564 କୋଟି 50 ଲକ୍ଷ ଟଙ୍କା ମିଳିଛି ।
ପଞ୍ଚାୟତିରାଜ ବିଭାଗକୁ ଏହି ଅର୍ଥ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ଏହି ଅର୍ଥ ବ୍ୟୟ ହେବ । ଏହାକୁ ଅର୍ଥ ମନ୍ତ୍ରଣାନଳୟ ମଞ୍ଜୁର କରିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ