ETV Bharat / city

ରାଜଧାନୀରେ ବୁଲା ବିକାଳୀଙ୍କ ଅନ-ସ୍ପଟ କୋରୋନା ଟେଷ୍ଟ ଆରମ୍ଭ

ରାଜଧାନୀରେ ସଂକ୍ରମଣକୁ ରୋକିବା ପାଇଁ ବିଏମସି ବୁଲା ବିକାଳୀଙ୍କ ଅନ-ସ୍ପଟ କୋରୋନା ଟେଷ୍ଟ ଆରମ୍ଭ କରିଛି । ଅଧିକ ପଢନ୍ତୁ...

author img

By

Published : Jun 5, 2021, 9:41 AM IST

ରାଜଧାନୀରେ ବୁଲା ବିକାଳୀଙ୍କ ଅନ-ସ୍ପଟ କୋରୋନା ଟେଷ୍ଟ ଆରମ୍ଭ
ରାଜଧାନୀରେ ବୁଲା ବିକାଳୀଙ୍କ ଅନ-ସ୍ପଟ କୋରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ତତ୍ପର ହୋଇଉଠିଛି ବିଏମସି । ଏଥିଲାଗି ଗୋଟିଏ ପରେ ଗୋଟିଏ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନେଇଛି । ବାସହୀନ ଲୋକଙ୍କର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଏବେ ବୁଲା ବିକାଳୀଙ୍କ କୋରୋନା ଟେଷ୍ଟ କରାଯାଉଥିବା ସୂଚନା ମିଳିଛି ।

ବିଏମସି ନଜରରେ ଏବେ ସହରାଞ୍ଚଳ ବାସହୀନ ଲୋକ। 3 ଦିନରେ 500 ବାସହୀନଙ୍କର ହେବ ଟୀକାକରଣ। ସେପଟେ ଆରମ୍ଭ ହେଲା ବୁଲା ବିକାଳୀଙ୍କ ବାଧ୍ୟତାମୂଳକ ଟେଷ୍ଟିଂ। ହଟସ୍ପଟ ଭୁବନେଶ୍ବରରେ ଏବେ ତଳମୁହାଁ ହେଉଛି କୋରୋନା ଗ୍ରାଫ। ଦିନକୁ ଦିନ ଗ୍ରାଫକୁ କମାଇବା ପାଇଁ ବିଏମସି ଆରମ୍ଭ କରିଛି ବଜାରରେ ବୁଲା ବିକାଳୀଙ୍କ ଅନ-ସ୍ପଟ ବାଧ୍ୟତାମୂଳକ ଟେଷ୍ଟିଂ। ମୋବାଇଲ ଭ୍ୟାନ ମାଧ୍ୟମରେ ବଜାର ବଜାର ବୁଲି କରାଯିବ ଟେଷ୍ଟିଂ। ବିଏମସିର ଉତ୍ତର ଯୋନ ଅନ୍ତର୍ଗତ ଅସ୍ଥାୟୀ ତାରିଣୀ ବଜାରରୁ ଆରମ୍ଭ ହୋଇଛି ଏହି ଡ୍ରାଇଭ।

ସେପଟେ ସହରାଞ୍ଚଳ ବାସହୀନଙ୍କୁ ଚିହ୍ନଟ କରି ସେମାନଙ୍କ ଟୀକାକରଣ ଉପରେ ଗୁରୁତ୍ବ ଦେଇଛି ବିଏମସି । ଭୁବନେଶ୍ବରରେ ଥିବା ସମସ୍ତ 7ଟି ସହରାଞ୍ଚଳ ବାସହୀନଙ୍କ ଥଇଥାନ କେନ୍ଦ୍ରରେ ଟୀକାକରଣ କରିବ ବିଏମସି । କୋ-ୱିନ ଆପରେ ସ୍ବତନ୍ତ୍ର ସେସନ ଜରିଆରେ ଏହି ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କର ଟୀକାକରଣ କରାଯାଉଛି। ବାସହୀନଙ୍କ ନିକଟରେ ପରିଚୟ ପତ୍ର ନଥିବାରୁ ସେମାନେ ଟୀକାକରଣରୁ ବଞ୍ଚିତ ଥିଲେ। ଏହି ସମସ୍ୟାର ସମାଧାନ କରିଛନ୍ତି ବିଏମସି କର୍ତ୍ତୃପକ୍ଷ।

ନିକଟରେ ସମସ୍ତ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଶୁକ୍ରବାର ସମସ୍ତଙ୍କର ଟୀକାକରଣ ସମ୍ଭବପର ହୋଇଛି। ସେପଟେ ଆବଶ୍ୟକତା ଦୃଷ୍ଟିରୁ ବଜାରକୁ ଲୋକେ ଆସୁଥିଲେ ମଧ୍ୟ ସେମାନଙ୍କ ମନରେ ସଂକ୍ରମଣର ଭୟ ଥିଲା । ଏହାର ସମାଧାନ ପାଇଁ ଶୁକ୍ରବାର ବିଏମସି ବଜାର ଗୁଡିକରେ ବୁଲାବିକାଳୀଙ୍କ ବାଧ୍ୟତାମୂଳକ ଟେଷ୍ଟିଂ ଆରମ୍ଭ କରିଛି ।

ତେବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ବୁଲାବିକାଳି। ଅନ୍ୟପଟେ ଟିକାର ଅଭାବ ସତ୍ତ୍ବେ ବିଭିନ୍ନ ତଥା ଅବହେଳିତ ବର୍ଗଙ୍କ ପାଇଁ ବିଏମସିର ଏଭଳି ପଦକ୍ଷେପ ରାଜ୍ୟବ୍ୟାପୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.