ETV Bharat / city

ସୋମବାର ପୁଣି ଟୀକାକରଣ; ପ୍ରଥମ ଦିନରେ 3 ଜଣଙ୍କ ଠାରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ଶନିବାର ଦେଶବ୍ୟାପୀ କୋରୋନା ବିରୋଧରେ ମହାଲଢେଇ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ଟୀକାକରଣ ଅଭିଯାନରେ ଟିକା ନେଇ ରାଜ୍ୟର 3 ଜଣଙ୍କ ଠାରେ ଦେଖାଦେଇଛି ପାର୍ଶ୍ବ ପ୍ରତିକ୍ରିୟା । ଅଧିକ ପଢନ୍ତୁ....

author img

By

Published : Jan 17, 2021, 1:46 PM IST

ପ୍ରଥମ ଦିନରେ 3 ଜଣଙ୍କ ଠାରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର: ଆଜି ଗୋଟିଏ ଦିନ ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଟୀକାକରଣ । ଟିକାକରଣର ଦ୍ବିତୀୟ ଦିନରେ ବଢାଯିବ କେନ୍ଦ୍ରର ସଂଖ୍ୟା । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜର ଏଣିକି 5ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦୁଇଟି ସେସନରେ ଦିଆଯିବ ଟିକା । ଏହି ସବୁ ସ୍ଥାନରେ 200 ଜଣଙ୍କୁ ଟିକାକରଣ କରାଯିବ । ତେବେ ପୂର୍ବରୁ ପ୍ରତି ସେଣ୍ଟରରେ 5 ଜଣ ଭ୍ୟାକ୍ସିନେଟର ରହୁଥିବାବେଳେ ଏଥର 6 ଜଣ ଦାୟିତ୍ବରେ ରହିବେ । କିନ୍ତୁ ପିଏଚସି ଓ ସିଏଚସି ଟୀକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଟିକାକରଣ କରାଯିବ । ଏନେଇ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଶନିବାର ଦେଶବ୍ୟାପୀ ମେଗ ଟୀକାକରଣ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ 13 ହଜାର 980 ଜଣଙ୍କୁ ଟିକା ଦିଆଯାଇଛି । 6ଟି ଜିଲ୍ଲାରେ ଶତ ପ୍ରତିଶତ ସଫଳ ହୋଇଛି । ଢେଙ୍କାନାଳ, ସାଲେପୁର ଓ ରାୟଗଡାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ନର୍ଭସନେସ ପାଇଁ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ସବୁ କିଛି ଠିକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୁରୁତର ଖବର ନାହିଁ । ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଦେଶବ୍ୟାପୀ ମେଗା ଟୀକକରଣ ଅଭିଯାନ ଆରମ୍ଭ ହୋଇଯାଇଛି । କୋରୋନାକୁ ପ୍ରତିହତ କରିବାକୁ ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀ ଟିକା ନେଇଛନ୍ତି । ଆଜି(ରବିବାର) ଟିକାକରଣ ଅଭିଯାନକୁ ଗୋଟିଏ ଦିନ ବନ୍ଦ ରଖି ଟିକା ନେଇଥିବା ବ୍ୟକ୍ତି ଉପରେ ନିରକ୍ଷଣ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.