ETV Bharat / city

ରାଜ୍ୟସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ; ପତାକା ଉତ୍ତୋଳନ କଲେ ରାଜ୍ୟପାଳ

author img

By

Published : Jan 26, 2021, 9:52 AM IST

Updated : Jan 26, 2021, 12:00 PM IST

ରାଜଧାନୀର ଗାନ୍ଧୀ ମାର୍ଗରେ 72ତମ ରାଜ୍ୟସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ଗଶେଣୀ ଲାଲ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ରାଜ୍ୟସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ରାଜଧାନୀର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟପାଳ ଗଶେଣୀ ଲାଲଙ୍କୁ ମୁଖ୍ଯ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସ୍ବାଗତ କରିଥିଲେ । ଏହା ପରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବା ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଗାନ୍ଧୀ ମାର୍ଗରେ ଆରମ୍ଭ ହୋଇଯାଇଥିଲା ପରେଡ । କୋରୋନା କଟକଣାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଦର୍ଶକ ଓ ସାଧାରଣଲୋକଙ୍କ ଅନୁପସ୍ଥିତ ରହିଥିଲେ । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଇଛି ।

ସାଧାରଣତନ୍ତ୍ର ଦିବସ ଅବସରରେ ଗାନ୍ଧୀ ମାର୍ଗରେ କଟକଣା ଲାଗୁ ହୋଇଥିଲା । ସକାଳ 06ଟା 30ରୁ 9 ପର୍ଯ୍ୟନ୍ତ ସାଧାରଣଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା । ରାଜ୍ୟସ୍ତରୀୟ ପରେଡରେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ ଭଳି 14ଟି କଣ୍ଟିନଜେଣ୍ଟ ଭାଗ ନେଇଥିଲେ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପରେଡକୁ କମାଣ୍ଡିଙ୍ଗ୍ କରିଥିଲେ 2017 ମସିହାର IPS ଅଫିସର ଏସ ସୁଶ୍ରୀ । ଗାନ୍ଧୀମାର୍ଗରେ ଦେଖିବାକୁ ମିଳିଥିଲା ଚିତାକର୍ସକ ପରେଡ। କୋରୋନା ପାଇଁ ଚଳିତ ଥର ପରେଡରେ ଭାଗ ନେଇନଥିଲେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ । ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପରେଡ ସ୍ଥଳରେ 25 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।

ସେପଟେ, ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେବାକୁ ଆହ୍ବାନ କରିଥିଲେ ନବୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 26, 2021, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.