ETV Bharat / city

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ - ରାଜ୍ୟରେ ୧୦୦ ଛୁଇଁଲା ଓମିକ୍ରନ ମାମଲା

ରାଜ୍ୟରେ ନୂଆ ୨୮ଟି ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର ହୋଇଛି । ଅଧିକ ପଢନ୍ତୁ

ରାଜ୍ୟରେ ଓମିକ୍ରନ ସଂଖ୍ୟା 100 ପାର
ରାଜ୍ୟରେ ଓମିକ୍ରନ ସଂଖ୍ୟା 100 ପାର
author img

By

Published : Jan 10, 2022, 2:59 PM IST

Updated : Jan 10, 2022, 4:43 PM IST

ଭୁବନେଶ୍ବର: ଗତ ୨ ସପ୍ତାହ ଧରି ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାର ନୂଆ ଭାଇରସ ଓମିକ୍ରନ ଦ୍ବାରା ଲୋକେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର ହୋଇଛି । ଆଜି(ସୋମବାର) ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ: Precaution Dose: ବାଚସ୍ପତି ନେଲେ ଟିକା

ସେପଟେ ଚିହ୍ନଟ 28 ଜଣଙ୍କ ମଧ୍ୟରୁ ସର୍ବାଧିକ 12 ଜଣ ଜଗତସିଂହପୁରର, ବାଲେଶ୍ବର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ 3 ଜଣ ଲେଖାଏଁ, କଟକରୁ 2 ଜଣ, ଖୋର୍ଦ୍ଧା, ଯାଜପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ରହିଛନ୍ତି । ଏବେ ରାଜ୍ୟରେ ଓମିକ୍ରନ ସମେତ ଡେଲ୍ଟା ଓ ନର୍ମାଲ ଫ୍ଲୁ ବି ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଡିସେମ୍ବର ୨୧ତାରିଖରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩ ତାରିଖରେ ୨, ୨୬ ତାରିଖରେ ୪, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫, ଜାନୁଆରୀ ୨ ତାରିଖରେ ୨୩, ଜାନୁଆରି ୫ ତାରିଖରେ ୨୪ ଏବଂ ଜାନୁଆରି ୮ ତାରିଖରେ ୧୪ ଜଣ ଜାନୁଆରୀ ୧୦ ତାରିଖରେ ସର୍ବାଧିକ 28 ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ 5 ହଜାର ମୁହାଁ କୋରୋନା ସଂକ୍ରମଣ

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୪୮୨୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ସୋମବାରଠୁ ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ ହୋଇଛି । ପ୍ରାଥମିକତା ଭିତ୍ତିରେ କୋରୋନା ସମ୍ମୁଖ ଯୋଦ୍ଧାଙ୍କ ସମେତ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ନର୍ସ ମାନଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 10, 2022, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.