ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୮୨ ଲକ୍ଷ ଦାନ କଲା ଓମାନ ଓଡ଼ିଆ ସଂଘ - ଓମାନ ଓଡ଼ିଆ ସଂଘ ପକ୍ଷରୁ ଦାନ

ରାଜ୍ୟର କୋଭିଡ଼ ଲଢ଼େଇରେ ଯୋଗଦାନ ସ୍ଵରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ କଲା ଓମାନ ଓଡ଼ିଆ ସଂଘ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୮୨ ଲକ୍ଷ ଦାନ କଲା ଓମାନ ଓଡ଼ିଆ ସଂଘ

author img

By

Published : Jul 1, 2021, 9:28 PM IST

ଭୁବନେଶ୍ବର: ଓମାନ ଓଡ଼ିଆ ସଂଘ ତରଫରୁ ରାଜ୍ୟର କୋଭିଡ଼ ଲଢ଼େଇରେ ଯୋଗଦାନ ସ୍ଵରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା ଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନରେ ସଂଘର କର୍ମକର୍ତ୍ତା ସମ୍ପଦ କୁମାର ବଳ, ସଞ୍ଜିତ କୁମାର ମହାନ୍ତି ଏବଂ ବିଦ୍ୟୁତଲତା ମହାନ୍ତିଙ୍କ ଠାରୁ ଏହି ରାଶିର ଚେକ ଗ୍ରହଣ କରିଛନ୍ତି ।

ଓମାନରେ ରହୁଥିବା ଓଡ଼ିଆ ଭାଇ-ଭଉଣୀମାନେ ରାଜ୍ୟର କୋଭିଡ୍ ଲଢ଼େଇରେ ସହଯୋଗ ସ୍ବରୂପ ଏହି ରାଶି ନିଜ ନିଜ ପାଣ୍ଠିରୁ ସଂଗ୍ରହ କରିଛନ୍ତି ବୋଲି ସମ୍ପଦ କୁମାର ବଳ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ କୋଭିଡ ପରିଚାଳନା ଅନେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି । ସମୟୋଚିତ ପଦକ୍ଷେପ ଯୋଗୁଁ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଓଡ଼ିଶା କୋଭିଡ ସଂଗ୍ରାମରେ ନିଶ୍ଚୟ ବିଜୟୀ ହେବ ବୋଲି ସଞ୍ଜିତ କୁମାର ମହାନ୍ତି କହିଛନ୍ତି ।

ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଓମାନ ଓଡ଼ିଆ ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ସଂଘର ଭବିଷ୍ୟତ ବିକାଶ କାମନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.