ETV Bharat / city

ଓଡ଼ିଆ ଚଳଚିତ୍ର 'ଷଷ୍ଠରୁ ନଷ୍ଟ'ର ହେଲା ସ୍କ୍ରିନିଂ - ଷଷ୍ଠରୁ ନଷ୍ଟ

ଓଲିଉଡ଼ ଫିଲ୍ମ 'ଷଷ୍ଠରୁ ନଷ୍ଟ'ର ସ୍କ୍ରିନିଂ ହୋଇଛି । ଫିଲ୍ମ ସ୍କ୍ରିନିଂ ସମୟରେ ନାୟକ ଓ ନାୟିକା ପ୍ରମୁଖ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

ଓଡ଼ିଆ ଚଳଚିତ୍ର 'ଷଷ୍ଠରୁ ନଷ୍ଟ'ର ହେଲା ସ୍କ୍ରିନିଂ

author img

By

Published : Oct 9, 2021, 7:47 PM IST

ଭୁବନେଶ୍ବର: ଆଜି(ଶନିବାର) ହୋଇଛି ଓଡ଼ିଆ ଚଳଚିତ୍ର 'ଷଷ୍ଠରୁ ନଷ୍ଟ'ର ସ୍କ୍ରିନିଂ । ଏସପ୍ଲାନେଡ଼ ସିନେପ୍ଲସଠାରେ ଏହାର ସ୍କ୍ରିନିଂ ହୋଇଛି । ଦଶହରାକୁ ନଜରରେ ରଖି ଏହି ଚଳଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ପାରିବାରିକ ଓ ବନ୍ଧୁମାନଙ୍କ ମସ୍ତିକୁ ନେଇ କାହାଣୀଟି ବେଶ ରୋମାଞ୍ଚକର ହୋଇଥିବା ଜଣାପଡ଼ିଛି ।

ଓଡ଼ିଆ ଚଳଚିତ୍ର 'ଷଷ୍ଠରୁ ନଷ୍ଟ'ର ହେଲା ସ୍କ୍ରିନିଂ

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅର୍ଦ୍ଧେନ୍ଦୁ ଶେଖର ଓ ନାୟିକା ଭୂମିକାରେ ତମନ୍ନା ଅଭିନୟ କରିଛନ୍ତି । ଗୀତିକାର ଗୁଡୁଲି ରଥ ଗୀତଗୁଡିକ ବେଶ ସୁନ୍ଦର ଭାବେ ସଜେଇଥିବା ବେଳେ ଓଡ଼ିଆ ଦର୍ଶକମାନକୁ ସିନେମାଟି ଭଲ ଲାଗିବ ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ । ଫିଲ୍ମରେ ଜେଜେ ମା' ଓ ନାତିର ସମ୍ପର୍କକୁ ମଧ୍ୟ ଦର୍ଶକ ଦେଖିପାରିବେ । ଫିଲ୍ମଟି ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୦ ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଅର୍ଦ୍ଧେନ୍ଦୁ ଆଶା ରଖିଥିବା କହିଛନ୍ତି ।

ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ ନିଜ ୨ ସାଙ୍ଗ ସହିତ କମେଡି କରୁଥିବାର ମଧ୍ୟ ନଜର ଆସିବେ । ଫିଲ୍ମରେ ୩ଟି ଗୀତ ଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣଙ୍କ ସମେତ ଲିପ୍ସା ମହାପାତ୍ର ଓ ଅସିମା ପଣ୍ଡା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.