ETV Bharat / city

ଆଜିଠୁ OJEE କାଉନସେଲିଂ, ନଭେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ

ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ୱେବ୍ କାଉନସେଲିଂ ଆରମ୍ଭ । ଅଧିକ ପଢନ୍ତୁ...

author img

By

Published : Oct 17, 2021, 7:39 AM IST

OJEE Counseling starts from today
ଆଜିଠୁ OJEE କାଉନସେଲିଂ, ଆସନ୍ତା ୫ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ

ଭୁବନେଶ୍ବର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ପକ୍ଷରୁ ଆଜିଠୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ୱେବ୍ କାଉନସେଲିଂ କରାଯିବ । ଆଜିଠାରୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ୍ ଲକିଂ ଆରମ୍ଭ ହେବ ।

ବାକିଥିବା ବିଟେକ୍, ବିଆର୍କ, ବିପ୍ଲାନ, ବିକ୍ୟାଟ ଏବଂ ଇଣ୍ଟିଗ୍ରେଟେଡ ଏମଏସି ପାଠ୍ୟକ୍ରମର କାଉନସେଲିଂ ହେବ । ଯାହା ୨ ତାରିଖରେ ସରିବ । ନଭେମ୍ବର ୫ ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ । ତେବେ ନଭେମ୍ବର ୫ ରୁ ୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ ରିପୋର୍ଟିଂ ଓ ଫି ଦାଖଲ କରିବେ ।

ଏହାପରେ ବିଟେକ୍ ରାଙ୍କଧାରୀ ଏବଂ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍ ରାଙ୍କଧାରୀମାନେ ସ୍ବତନ୍ତ୍ର ଓଜେଇଇ ପାଇଁ ୬ ରୁ ୧୧ ନଭେମ୍ବର ଯାଏ ପଞ୍ଜୀକରଣ କରିପାରିବେ । ୧୪ ରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ ।

ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୪ ରୁ ୧୬ ତାରିଖ ମଧ୍ୟରେ ଅନଲାଇନ ରିପୋର୍ଟିଂ କରିବେ । ତେବେ ନଭେମ୍ବର ୨୧ ରେ ଶେଷ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ । ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ OJEE ୱେବସାଇଟ ଦେଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.