ଭୁବନେଶ୍ବର : ଓଜେଇଇ ଆବେଦନ ଅବଧି ବୃଦ୍ଧି, ରାଜ୍ୟ ବାହାରେ 3 ଟି କେନ୍ଦ୍ରରେ ହେବ ଓଜେଇଇ ପରୀକ୍ଷା। ସେହିପରି ରାଜ୍ୟ ଭିତରେ 7ଟି ନୂଆ ସ୍ଥାନରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର ।
ଜୁଲାଇ 30 ପର୍ଯ୍ୟନ୍ତ ଓଜେଇଇର ଆବେଦନ ଅବଧି ବୃଦ୍ଧି କରାଯାଇଛି। ଚଳିତ ବର୍ଷ ରାଜ୍ୟ ବାହାରେ ହେବ ଓଜେଇଇ । ରାଜ୍ୟରେ 7 ଟି ନୂଆ ସ୍ଥାନରେ ପରୀକ୍ଷା କରାଯାଉଥିବାବେଳେ ରାଜ୍ୟ ବାହାରେ 3ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି । କୋରୋନା ମହାମାରୀ ସମୟରେ ପିଲାଙ୍କ ସୁବିଧା ପାଇଁ ନୂଆ ଅନଲାଇନ ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ଭିତରେ ନୂଆ ସ୍ଥାନରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ଗୁଡିକ ହେଲା ଭବାନୀପାଟଣା, ବୌଦ୍ଧ, ଦେବଗଡ, କେନ୍ଦ୍ରାପଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ପୁରୀ, ଓ ସୁବର୍ଣ୍ଣପୁର।
ସେହିପରି ରାଜ୍ୟ ବାହାରେ 3ଟି ସ୍ଥାନରେ ଓଜେଇଇ ପରୀକ୍ଷା କରିବା ପାଇଁ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗର କୋଲକାତା, ବିହାରର ପାଟନା ଓ ଝାଡଖଣ୍ଡର ରାଞ୍ଚିରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ପରୀକ୍ଷା ପାଇଁ ସମସ୍ତ ପ୍ରକାରର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ