ଭୁବନେଶ୍ବର: କୋରୋନା ସଂକ୍ରମଣ ଦୃଷ୍ଟିରୁ ବଢ଼ିଲା OJEE ଆବେଦନ ଅବଧି । OJEE ଆବେଦନ ଅବଧି ମେ 15 ଯାଏଁ ରହିଥିବା ବେଳେ ଏବେ ଏହାକୁ ଜୁନ୍ 15 ଯାଏଁ ବୃଦ୍ଧି କରାଯାଇଛି।
OJEE ପରୀକ୍ଷା ପାଇଁ ଆବେଦନ ଅବଧି ବଢ଼ିଥିଲେ ମଧ୍ୟ ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ନାହିଁ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଜେଇଇ ଆବେଦନ ଅବଧି ମେ 15 ଯାଏଁ ରହିଥିବା ବେଳେ ଏବେ ଏହାକୁ ଜୁନ୍ 15 ଯାଏଁ ବଢ଼ାଇ ଦିଆଯାଇଛି।
ଜୁନ୍ 17 ରୁ 24 ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି। ଅଧିକ ତଥ୍ୟ ଜାଣିବା ପାଇଁ ହେଲେ OJEE ୱେବସାଇଟ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି କର୍ତ୍ତୃପକ୍ଷ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ