ଭୁବନେଶ୍ବର: ପୁଣି ଥରେ ବଢ଼ିଛି OJEE ଆବେଦନ ଶେଷ ତାରିଖ। ଜୁଲାଇ 26 ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନର ଅବଧି। ଏନେଇ ସୂଚନା ଦେଇଛନ୍ତି OJEE କର୍ତ୍ତୃପକ୍ଷ।
ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଜେଇଇ ପରୀକ୍ଷାର ଆବେଦନ ଶେଷ ତାରିଖ ପୁଣି ଥରେ ଘୁଞ୍ଚିଛି। OJEE ଅଧୀନରେ ସମସ୍ତ ପାଠ୍ୟକ୍ରମ ପାଇଁ (B.Tech ବ୍ୟତୀତ) ଅନଲାଇନ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଏପ୍ରିଲ 14 ତାରିଖରୁ ଆରମ୍ଭ ହୋଇଥିଲା ।
ପୂର୍ବରୁ ଅନେକ ଥର ବୃଦ୍ଧି ହୋଇଥିଲେ ମଧ୍ୟ ପୁଣିଥରେ 26 ଜୁଲାଇ ପର୍ଯ୍ୟନ୍ତ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଜୁଲାଇ 28 ତାରିଖ ପର୍ଯ୍ୟନ୍ତ ଫି’ ଜମା ତାରିଖ ମଧ୍ୟ ବଢ଼ାଇ ଦିଆଯାଇଛି। ଏହି ତାରିଖ ଗୁଡି଼କ ଚୂଡାନ୍ତ ଅଟେ ଏବଂ ଏହା ଆଉ ଘୁଞ୍ଚାଯିବ ନାହିଁ ବୋଲି କହିଛନ୍ତି OJEE କର୍ତ୍ତୃପକ୍ଷ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ