ETV Bharat / city

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଅଡୁଆ ବଢିଲା ! ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା - ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ନଥିବାରୁ ନୋଟିସ

ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ପାଇଁ ବଢ଼ିଲା ଅଡୁଆ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନୋଟିସ ଜାରିକଲେ OHRC । ଅଧିକ ପଢନ୍ତୁ

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଅଡୁଆ ବଢିଲା ! ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

author img

By

Published : May 17, 2022, 5:40 PM IST

Updated : May 17, 2022, 5:50 PM IST

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ପାଇଁ ବଢ଼ିଲା ଅଡୁଆ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନୋଟିସ ଜାରିକଲେ OHRC (Odisha Human Rights Commission) । ଜୁନ୍ ୧୨ ରେ ଭାରତ-ଦକ୍ଷିଣ ଆଫ୍ରିକା ଅନୁଷ୍ଠିତ ହେବାର ଥିଲା ।

ଜବାବ ଦାଖଲ ପାଇଁ କଟକ ଡିସିପି, ଓସିଏ ସମ୍ପାଦକଙ୍କୁ ନୋଟିସ ଜାରି କରାଯାଇଛି । ମେ' ୨୬ ମଧ୍ୟରେ ଜବାବ ରଖିବା ପାଇଁ କମିଶନ ପକ୍ଷରୁ ନିର୍ଦ୍ଦେଶ । ଏହି ପ୍ରସଙ୍ଗକୁ ନେଇ ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଟି -20 କ୍ରିକେଟ୍ ମ୍ୟାଚ୍ 12.06.2022 ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବାରବାଟୀ ଷ୍ଟାଡିୟମରେ 44,000 ଦର୍ଶକଙ୍କ କ୍ଷମତା ଅଛି । ଯେଉଁଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ।

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଅଡୁଆ ବଢିଲା ! ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଏହି ପ୍ରସଙ୍ଗକୁ ବିଚାର କରି କମିଶନ କହିଛନ୍ତି, କ୍ରିକେଟ୍ ମ୍ୟାଚ୍ ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ବିଚାର ଅଟେ ।ତେଣୁ ଅଭିଯୋଗ ଆବେଦନ ଏବଂ ଏନକ୍ଲୋଜରର ନକଲ ସହିତ ରିପୋର୍ଟ ରଖିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହାପରେ ବାରବାଟୀରେ ମ୍ୟାଚ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 17, 2022, 5:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.