ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ନିଯୁକ୍ତି ପୂର୍ବରୁ ଓଏଫଏସ ଅଧିକାରୀ ଅଭିଳାଶ ସ୍ବରୁପ ମହାପାତ୍ରଙ୍କ ଆତ୍ମହତ୍ୟା । ଡୁମୁଡୁମା ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା କମିସନରେଟ ପୋଲିସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।
ଅଭିଳାଶଙ୍କ ଘର ବଲାଙ୍ଗୀରର ଟିଟିଲାଗଡ ଅଞ୍ଚଳରେ ହୋଇଥିବାବେଳେ ସେ ଡୁମୁଡୁମା ଫେଜ୍ 4, ପ୍ଲଟ ନମ୍ବର 373ରେ ରହୁଥିଲେ । ତେବେ ଘରେ ତାଙ୍କର ପତ୍ନୀ ଯେକି ଜଣେ ସରକାରୀ କର୍ମଚାରୀ ଏବଂ 2 ମାସର ପୁଅ ଓ 5 ବର୍ଷର ଝିଅ ରହିଛନ୍ତି ।
ପୋଲିସ ମୃତଦେହକୁ ଜବତ ପରେ ପୋଷ୍ଟମର୍ଟମ କରାଇଛି । ମୃତ୍ୟୁ ପଛରେ କାରଣ କଣ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ସେ କିଛିଦିନ ପୂର୍ବରୁ ଓଏଫଏସ ପାଇଥିବାବେଳେ ଆଜି ତାଙ୍କର ଜଏନିଂ ଥିଲା । ତେବେ ତାହା ପୂର୍ବରୁ ଶନିବାର ଦିନ ହିଁ ସେ ଆତ୍ମହତ୍ୟା କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ