ETV Bharat / city

ଆଜିଠୁ ଏକାଦଶ ଶ୍ରେଣୀ ପିଲାଙ୍କ ଅଫଲାଇନ କ୍ଲାସ ଆରମ୍ଭ - ଅଫଲାଇନ

ଆଜିଠାରୁ ଅଫଲାଇନରେ ପାଠ ପଢିବେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଦିନ 10 ଟାରୁ 1ଟା 30 ଯାଏଁ ଚାଲିବ ଏକାଦଶ କ୍ଲାସ । ଅଧିକ ପଢନ୍ତୁ...

ଆଜିଠାରୁ ଅଫଲାଇନରେ ଏକାଦଶ ଶ୍ରେଣୀ ପଠାପଢ଼ା ଆରମ୍ଭ

author img

By

Published : Oct 21, 2021, 8:17 AM IST

Updated : Oct 21, 2021, 12:17 PM IST

ଭୁବନେଶ୍ବର: ଆଜିଠାରୁ ଅଫଲାଇନରେ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ । କୋରୋନା କଟକଣା ସହ କ୍ଲାସ ମଧ୍ୟରେ ପାଠପଢିବେ ଛାତ୍ରଛାତ୍ରୀ । ଏନେଇ ଶିକ୍ଷାନୁଷ୍ଠାନ ଗୁଡିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦିନ 10 ଟାରୁ 1ଟା 30 ଯାଏଁ ଚାଲିବ ଏକାଦଶ କ୍ଲାସ । ଏହା ସହ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ମଧ୍ୟ ଜାରି ରହିବ। ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶ ସହ ଅଫଲାଇନ୍ କ୍ଲାସରେ ଯୋଗ ଦେବେ। କୋଭିଡ -19 ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମ ଅନୁସରଣ କରି ଶିକ୍ଷାନୁଷ୍ଠାନ ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ।

ଯେଉଁ ଛାତ୍ରଛାତ୍ରୀ ମାନେ ହଷ୍ଟେଲରେ ରହିବାକୁ ଚାହୁଁଥିବେ ସେମାନେ ଅଭିଭାବକଙ୍କ ପରାମର୍ଶ ଆଣିବା ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ଏସଆରସିଙ୍କ ଦ୍ବାରା ଜାରି ହୋଇଥିବା କୋରୋନା କଟକଣା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ନେଇ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ନଭେମ୍ବର 1 ରୁ ସ୍କୁଲ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକ୍ସନ ସେସନ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ। CHSE ସିଲାବସ୍ ଉପରେ ସଚେତନତା ପାଇଁ ଏକ ଅସ୍ଥାୟୀ ପରିଚୟ କାର୍ଡ ପ୍ରଦାନ କରାଯାଇଛି।

ଆଜିଠୁ ଏକାଦଶ ଶ୍ରେଣୀ ପିଲାଙ୍କ ଅଫଲାଇନ କ୍ଲାସ ଆରମ୍ଭ

CHSE ଅନୁଯାୟୀ ସମସ୍ତ ପାଠ୍ୟ ପୁସ୍ତକ, +2 କଳା ବିଜ୍ଞାନ ଏବଂ ବାଣିଜ୍ୟ ପାଇଁ ଓଡ଼ିଶା ପାଠ୍ୟକ୍ରମ ପାଠ୍ୟ ପୁସ୍ତକ ବ୍ୟୁରୋ ଓଡିଶାର ୱେବସାଇଟ www.textbookbureauodisha.in ରେ ଉପଲବ୍ଧ ହେବ। ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସ୍ CHSE ଦ୍ୱାରା ପ୍ରଦାନ କରାଯାଇଥିବା ସମୟ ଅନୁଯାୟୀ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏକାଦଶର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ଏବଂ ବାଣିଜ୍ୟ କ୍ଲାସ୍ କରାଯିବ। ୟୁଟ୍ୟୁବ୍ ଶ୍ରେଣୀର ଉପଯୋଗୀତା ଏବଂ ଉପଲବ୍ଧତା ବିଷୟରେ ମଧ୍ୟ ଫ୍ରେସର୍ସଙ୍କୁ କରାଯିବ ସଚେତନ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 21, 2021, 12:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.