ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ଠାରୁ ଖୋଲିବ ପ୍ରଥମରୁ ସପ୍ତମ ଅଫଲାଇନ କ୍ଳାସ । ତେବେ ପାଠକୁ ଭରଣା କରିବା ପାଇଁ ଏକ ସ୍ବତନ୍ତ୍ର ମେକାନିଜିମ କରାଯିବ । ଗତ 25 ତାରିଖରେ ଏନେଇ ସମସ୍ତ ବିଭାଗର ସଚିବ, ବିଏସସିର ଅଧ୍ୟକ୍ଷ, ସିଏଚଏସଇର ଉପାଧ୍ୟକ୍ଷ ଏବଂ ନିର୍ଦ୍ଦେଶକଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା ।
ଅନ୍ୟପଟେ ଏକ ସ୍ବତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଥିବା ବେଳେ ଏହା ଆସନ୍ତା ବର୍ଷ ମଧ୍ୟ ଚାଲିବ ବୋଲି ସୂଚନା ଦିଆଯାଇଛି । ତେବେ ପ୍ରଥମ ସପ୍ତାହ ପିଲାଙ୍କର ମାଇଣ୍ଡ ରିଫ୍ରେସ କରିବା ପାଇଁ ବିଭିନ୍ନ ଆକ୍ଟିଭିଟି ବା କାର୍ଯ୍ୟକ୍ରମ କରାଯିବ । ସ୍କୁଲ ବନ୍ଦ ଥିବା ସମୟରେ ଘରେ କଣ କରୁଥିଲେ, ସମୟ କେମିତି କାଟୁଥିଲେ ଏ ସବୁ ଵିଷୟରେ ଷ୍ଟୋରୀ ଲେଖିବା ଓ କହିବା ଆଦି କାର୍ଯ୍ୟକ୍ରମ କରାଯିବ ।
ଏହା ପରେ ପାଠ ପଢ଼ା ପ୍ରକ୍ରିୟା ଆରମ୍ଭ ହେବ । ଏଥିସହ ପିଲାଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । କ୍ଲାସ ରୁମରେ ପଠା ପଢ଼ା ସମ୍ଭବ ହୋଇପାରି ନଥିଲା । ଏଥିପାଇଁ ଯେଉଁମାନେ ଏକାଡେମିସିଆନ, ବୁଦ୍ଧିଜୀବୀ ଓ ଶିକ୍ଷାବିତ ଅଛନ୍ତି ସେମାନଙ୍କୁ ନେଇ ଓସେପା ପକ୍ଷରୁ ଏପ୍ରିଲ ଶେଷ ଭିତରେ ଏକ ବୈଠକ ହେବ । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଗଲା ଦୁଇ ବର୍ଷ ଧରି କ୍ଷତି ହୋଇଥିବା ପାଠକୁ ଭରଣା କରିବା ପାଇଁ ଏକ ସ୍ବତନ୍ତ୍ର ମେକାନିଜିମ କରାଯାଉଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ