ETV Bharat / city

ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ସଫେଇ ଦେଲେ ପପୁ ପମପମ - ଚଳଚିତ୍ର  ‘ମିଷ୍ଟର କହ୍ନେୟା’

ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ବଢିବା ପରେ ମୁହଁ ଖୋଲିଲେ ‘ମିଷ୍ଟର କହ୍ନେୟା’ । ଅଯଥା ମୋତେ ବଦନାମ କରାଯାଉଛି । ଏଥିରେ ମୋର ଦୋଷ କିଛି ନାହିଁ ବୋଲି ସଫେଇ ଦେଇଛନ୍ତ ପପୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 18, 2019, 5:38 PM IST

Updated : Aug 18, 2019, 7:45 PM IST

ଭୁବନେଶ୍ବର: ଏକ ଘରୋଇ ବ୍ୟାନରରେ ନିର୍ମିତ ହୋଇଥବା ଓଡିଆ ଚଳଚିତ୍ର ‘ମିଷ୍ଟର କହ୍ନେୟା’କୁ ନେଇ ଏବେ ରାଜ୍ୟ ଚଳଚ୍ଚିତ୍ର ଜଗତରେ ଦେଖାଦେଇଛି ବିବାଦ । ଏହି ଚଳଚ୍ଚିତ୍ରରେ କମେଡି କିଙ୍ଗ ପପୁ ପମପମ ଓରଫ ତତ୍ତ୍ବପ୍ରକାଶ ଶତପଥୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଆସନ୍ତା ଗଣେଶ ପୂଜାରେ ପରଦାକୁ ଆସିବାକୁ ଥିବା ଉକ୍ତ ଚଳଚ୍ଚିତ୍ରଟି ଏବେ ଏହାର ବିବାଦୀୟ ପୋଷ୍ଟରକୁ ନେଇ ସାରା ରାଜ୍ୟରେ ବିବାଦ ତେଜିବାରେ ଲାଗିଛି । ଖାଲି ବିବାଦ ନୁହେଁ ସମାଜସେବୀ ଲିଙ୍କନ ସୁବୁଦ୍ଧି ଗତକାଲି ଏହି ପ୍ରସଙ୍ଗରେ ଉକ୍ତ ପ୍ରଯୋଜନା ସଂସ୍ଥା ଓ ଅଭିନେତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସେକ୍ସନ ୬ ଆଧାରରେ ପ୍ରଯୋଜନା ସଂସ୍ଥା ନାଁରେ ମାମଲା ରୁଜୁ କରିଛି । ପ୍ରାଥମିକ ଭାବେ ପ୍ରଯୋଜନା ସଂସ୍ଥାକୁ ଡାକି ପଚରାଉଚରା କରାଯିବ ଓ ଆବଶ୍ୟକ ପଡିଲେ କଳାକାରଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଅନୁପ ସାହୁ ।

ସେପଟେ ଅଭିନେତା ପପୁ ଆଜି ଏକ ଭିଡିଓ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୋଷ୍ଟରଟି ତାଙ୍କ ଚଳଚ୍ଚିତ୍ରର ଅଫିସିଆଲ ପୋଷ୍ଟର ନୁହେଁ, ସେ ସେହି ଫଟୋକୁ ସେୟାର ମଧ୍ୟ କରିନାହାନ୍ତି । କି ପ୍ରଯୋଜନା ସଂସ୍ଥା ମଧ୍ୟ ଏହି ପୋଷ୍ଟର ସଂପର୍କରେ ଜାଣନ୍ତି ନାହିଁ । ମହିଳାଙ୍କ ସମ୍ମାନ ପାଇଁ ମୁଁ ସଚେତନ ଅଛି । ମୋ ନିଜର ମଧ୍ୟ ମା ଅଛନ୍ତି । ମୁଁ ଏମିତି କିଛି କାମ କରି ନାହିଁ । ଚଳଚ୍ଚତ୍ରିର ଏକ ସିନକୁ ନେଇ କେହି ଅଜଣା ଲୋକ ଏହା କରିଛନ୍ତି । ଅଯଥା ମୋତେ ବଦନାମ କରାଯାଉଛି ବୋଲି ପପୁ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 18, 2019, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.