ETV Bharat / city

ନଭି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲା ଓଡ଼ିଶା

author img

By

Published : Jul 25, 2022, 10:49 PM IST

ମୁମ୍ବାଇସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦରେ ଖର୍ଚ୍ଚ ଛାଡ଼ କରିଛନ୍ତି ଓଡିଶା ସରକାର । ନଭି ମୁମ୍ୱାଇ ମହାନଗର ନିଗମକୁ ଏହି ଦେୟ ଛାଡ଼ କରିଛି ଓଡ଼ିଶା । ଅଧିକ ପଢ଼ନ୍ତୁ

ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲା ଓଡ଼ିଶା

ଭୁବନେଶ୍ବର: ପୁଣି ମହାନତା ଦେଇଛନ୍ତି ଓଡ଼ିଶା ସରକାର । ମୁମ୍ବାଇସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦରେ ଖର୍ଚ୍ଚ ଛାଡ଼ କରିଛନ୍ତି ଓଡିଶା ସରକାର । ନଭି ମୁମ୍ୱାଇ ମହାନଗର ନିଗମକୁ ଏହି ଦେୟ ଛାଡ଼ କରିଛି ଓଡ଼ିଶା । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ରହଣି ବାବଦ ଦେୟ ଛାଡ଼ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ କୋଭିଡ ଲହରରେ ମଧ୍ୟ ୨ କୋଟି ଟଙ୍କା ଛାଡ଼ କରିଥିଲା ଓଡ଼ିଶା ।

କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନଭି ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ପାଇଁ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଦେୟ ଛାଡ଼ କରାଯାଇଛି । ୨୦୨୧ ଏପ୍ରିଲ୍ ୧୨ ତାରିଖଠାରୁ ୨୦୨୧ ନଭେମ୍ବର ୨୭ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ଟି ରୁମ୍‌ ଓ ଗୋଟିଏ ଡର୍ମିଟୋରୀରେ ମହାନଗର ନିଗମର ଡାକ୍ତର ଓ ନର୍ସମାନେ ଦୀର୍ଘ ୭ ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ । ଓଡ଼ିଶା ସରକାର ବର୍ତ୍ତମାନ ଏ ବାବଦରେ ଦେୟ ଛାଡ଼ କରିଛନ୍ତି । ପୂର୍ବରୁ ପ୍ରଥମ ଲହର କୋଭିଡ ସଂକ୍ରମଣ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.