ETV Bharat / city

ମମିତା ମର୍ଡର ମାମଲାକୁ ଦିଲ୍ଲୀ ଦରବାରକୁ ନେବ ଓଡିଶା ଯୁବ କଂଗ୍ରେସ

author img

By

Published : Oct 31, 2021, 4:05 PM IST

କଳାହାଣ୍ଡି ମହାଲିଙ୍ଗ କଲେଜର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ଦିଲ୍ଲୀ ଦରବାରକୁ ନେବ ଓଡିଶା ପ୍ରଦେଶ ଯୁବ କଂଗ୍ରେସ। ଅଧିକ ପଢନ୍ତୁ...

odisha Youth Congress to take Mamita Meher murder case to Delhi
ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ଦିଲ୍ଲୀ ଦରବାରକୁ ନେବ ଯୁବ କଂଗ୍ରେସ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ଦିଲ୍ଲୀ ଦରବାରକୁ ନେବ ଓଡିଶା ପ୍ରଦେଶ ଯୁବ କଂଗ୍ରେସ। ଏନେଇ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା।

କଳାହାଣ୍ଡି ମହାଲିଙ୍ଗ କଲେଜର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ଦିଲ୍ଲୀ ଦରବାରକୁ ନେବ ଓଡିଶା ପ୍ରଦେଶ ଯୁବ କଂଗ୍ରେସ। ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରିବା ଦାବି କରିଛି। ନଭେମ୍ବର 6 ଓ 7 ରାଜଭବନ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ। ଏହାପର ନଭେମ୍ବର 8 ରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

ଆସନ୍ତା ନଭେମ୍ବର 9 ଓ 10 ତାରିଖରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ। 11 ନଭେମ୍ବର ଯନ୍ତରମନ୍ତରରେ ବିକ୍ଷୋଭ ଏବଂ ପ୍ରତିବାଦ ସଭା ଆୟୋଜନ ହେବ। ଏଥିରେ ଏଆଇସିସିର ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 11 କିମ୍ବା 12 ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ।

ସୂଚନାଥାଉକି ରାଜ୍ୟରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଉଭୟ ବିଜେପି ଓ କଂଗ୍ରେସ ଆନ୍ଦୋଳନ ପ୍ରତିବାଦ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଏହା ସହ ଉଭୟ ବିଜେପି ଓ କଂଗ୍ରେସର ଜାତୀୟ ସ୍ତରର ପ୍ରତିନିଧି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.