ETV Bharat / city

ଓଡ଼ିଶାର ଲଳିତ ମୋହନ ପଣ୍ଡା ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ୍‌ - ଲଳିତ ମୋହନ ପଣ୍ଡାଙ୍କୁ ଜାତୀୟ ପର୍ଯ୍ୟଟନ ପୁରସ୍କାର

ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ୍ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇଲେ ଓଡ଼ିଶାର ଲଳିତ ମୋହନ ପଣ୍ଡା । ଅଧିକ ପଢନ୍ତୁ

ଓଡ଼ିଶାର ଲଳିତ ମୋହନ ପଣ୍ଡା ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ

author img

By

Published : Sep 28, 2022, 8:21 AM IST

ଭୁବନେଶ୍ବର: ଓଡ଼ିଶା ଗାଇଡ ଲଳିତ ମୋହନ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ୍ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ମିଳିଛି । 2018-19 ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ବିବେଚିତ ହୋଇଛନ୍ତି ଲଳିତ(Lalit Mohan Panda Receives National Tourism Award)। ଦେଶର ଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ସେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପ୍ରାପ୍ତ କରିଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ପୁରସ୍କୃତ କରିଛନ୍ତି ।

ଓଡ଼ିଶାର ଲଳିତ ମୋହନ ପଣ୍ଡା ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ

ଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଶ୍ରେଣୀରେ ପୂର୍ବ, ପଶ୍ଚିମ ଓ କେନ୍ଦ୍ର, ଉତ୍ତର, ଦକ୍ଷିଣ ଏବଂ ଉତ୍ତର ପୂର୍ବ ଏହି 5 ଜୋନରୁ ପୁରସ୍କାର ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଥିଲା । କିନ୍ତୁ ଶେଷରେ ସାରା ଭାରତରୁ ଏକାକୀ ଲଳିତଙ୍କୁ ହିଁ ବଛା ଯାଇଛି । ଲଳିତଙ୍କ ସମେତ ଦେଶରୁ ସମୁଦାୟ 28 ଜଣଙ୍କୁ ଜାତୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ହୋଟେଲ, ଶ୍ରେଷ୍ଠ ସେଫ୍ (ରୋଷେୟା), ଶ୍ରେଷ୍ଠ ଟୁର୍ ଅପରେଟର, ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଇତ୍ୟାଦି ଅନେକ ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯାଇଛି । ଲଳିତଙ୍କ ଛଡା ଓଡ଼ିଶାରୁ ଅନ୍ୟ କୌଣସି ଶ୍ରେଣୀରେ ଏହି ପୁରସ୍କାର କାହାରିକୁ ମିଳି ନାହିଁ ।

ସାରା ଦେଶରୁ ଏକ ମାତ୍ର ୱାଇଲ୍ଡ ଲାଇଫ ଭାବରେ ଲଳିତ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବା ଓଡ଼ିଶା ପାଇଁ ଗୌରବର ବିଷୟ । ଲଳିତ ଟୁରିଜିମ୍ ମ୍ୟାନେଜମେଣ୍ଟରେ ଡିଗ୍ରୀ ଲାଭ କରିବା ପରେ ପ୍ରଫେସନାଲ ଗାଇଡ ପ୍ରଶିକ୍ଷଣ ନେଇ ଗତ 8 ବର୍ଷ ହେବ ରାଜ୍ୟ ଗାଇଡ ଭାବରେ ଫ୍ରି ଲାନ୍ସ କାର୍ଯ୍ୟ କରୁଛନ୍ତି । ଗାଇଡ କାମ ସହିତ ସ୍ନେକ ହେଲ୍ପ ଲାଇନର ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ କାର୍ଯ୍ୟ କରୁଛନ୍ତି ଲଳିତ । ସେ କଟକ ଜିଲ୍ଲାର ବାଙ୍କୀ ତଥା ଆଖପାଖ ଅଞ୍ଚଳରେ ଅନେକ ବିଷଧର ସାପଙ୍କୁ ଉଦ୍ଧାର କରି ସେମାନଙ୍କୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ିବାର କାର୍ଯ୍ୟ କରନ୍ତି ।

2018 ମସିହାରେ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରିତ 4 ଜଣିଆ ସ୍ନେକ ହେଲ୍ପ ଲାଇନ ଟିମର ଲଳିତ ସଦସ୍ୟ ମଧ୍ୟ ଥିଲେ । ପୂର୍ବରୁ ଖୋର୍ଦ୍ଧା ସବଡିଭିଜନ ତରଫରୁ ସେ 2018 ମସିହାରେ ସବ ଡିଭିଜନ ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ପାଇଛନ୍ତି । ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଲଳିତଙ୍କୁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସଂସ୍ଥା ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.