ETV Bharat / city

Weather Update: ଘଡଘଡି ସହ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By

Published : Jun 27, 2022, 6:54 PM IST

ବିଜୁଳି ଘଡଘଡି ବର୍ଷା ନେଇ 12 ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ବର: ଆସନ୍ତା ୩ ତାରିଖରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ହୋଇଯାଇଛି । ବତ୍ତର୍ମାନ କିନ୍ତୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏବେ ଏକ ଘୂର୍ଣ୍ଣିବଳୟ ରହିଥିବା ବେଳେ ସମୁଦ୍ର ପତ୍ତନ ଠାରୁ ଏହା ୩.୧ କି.ମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି । ତେଣୁ, ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏଁ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଜୁଳି ଘଡଘଡି ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି

ଅନ୍ୟପଟେ ବାୟୁରେ ଚାପ ନଥିବାରୁ ଏହାର ପ୍ରଭାବରେ ୨ ତାରିଖ ଯାଏଁ ବିଶେଷ ବର୍ଷା ହେବନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ମଝିରେ ମଝିରେ ଖରା ବି ରହିବ ଆଉ ୩୦ ତାରିଖ ପର୍ଯ୍ୟନ୍ତ ପାଖରେ ବିଶେଷ ପରିବର୍ତ୍ତନ ହେବନି । ହେଲେ ୩ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାର ପ୍ରଭାବରେ ୬ ତାରିଖ ଯାଏଁ ଭିଜିବ ସାରା ଓଡିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଯଦି ଏହି ବର୍ଷା ଅବିରତ ଚାଲେ ତେବେ ଓଡିଶାରେ ମୌସୁମୀ ବଷା ସମ୍ପୂର୍ଣ୍ଣ ଛୁଇଁଛି ବୋଲି ବା ବିଶେଷ ଭାବେ ସକ୍ରିୟ ଅଛି ବୋଲି କୁହାଯାଇପାରିବ । ସେପଟେ ଆସନ୍ତାକାଲି(ମଙ୍ଗଳବାର) ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୋଳ, ଦେଓଗଡ଼, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଦିନର ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ । ଜୁନ ୧ରୁ ଆଜିସୁଦ୍ଧା ରାଜ୍ୟରେ ୩୭% କମ ବର୍ଷା ହୋଇଛି । ପୁରୀ, ନୟାଗଡ଼ ଓ ଜଗତସିଂହପୁରରେ ସବୁଠାରୁ କମ ଅର୍ଥାତ ୬୦%ରୁ କମ ବର୍ଷା ହୋଇଛି ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ସର୍ବାଧିକ ୪୮.୦ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ତାରିଖରୁ ଜୁନ ୨୭ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧୮.୧ ମିମି ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୧୮୬.୧ ମିମି ଠାରୁ ୩୭ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ପୁରୀ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ଼ରେ ୧୬ ପ୍ରତିଶତରୁ କମ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.