ETV Bharat / city

ଓଡିଶାରେ ସରିଲାଣି ଅଢେଇ କୋଟି ଡୋଜ ଟୀକାକରଣ

author img

By

Published : Sep 10, 2021, 8:44 PM IST

ମହାମାରୀ ମୁକାବିଲା ପାଇଁ କଟକଣା ସହ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଫଳସୂରପ ଏଯାବତ୍ ଅଢେଇ କୋଟିରୁ ଉର୍ଦ୍ଧ୍ବ ଡୋଜ ନେଇଛନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ...

Odisha vaccination: ଅଢେଇ କୋଟି ଡୋଜ ଟପିଲା ଟୀକାକରଣ

ଭୁବନେଶ୍ବର: ମହାମାରୀ ମୁକାବିଲା ପାଇଁ କଟକଣା ସହ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଯାହାର ଫଳସୂରୁପ ଟୀକାକରଣରେ ପୁଣି ଥରେ ନୂଆ ରେକର୍ଡ ଛୁଇଁଛି ଓଡିଶା । ରାଜ୍ୟରେ ଅଢେଇ କୋଟି ଡୋଜ ଟପିଛି ଟୀକାକରଣ । ବର୍ତ୍ତମାନ ସୁଦ୍ଧା ମୋଟ 2 କୋଟି 51 ଲକ୍ଷ 28 ହଜାର 135 ଡୋଜ ଟିକା ଦିଆସରିଛି ।

1 କୋଟି 89 ଲକ୍ଷ 1 ହଜାର 100 ଜଣ ବ୍ୟକ୍ତିବିଶେଷ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେହିପରି 62 ଲକ୍ଷ 27 ହଜାର 35 ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି । ରାଜ୍ୟର 871ଟି ଟୀକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ସେଥିମଧ୍ୟରେ 833 ସରକାରୀ ଓ 38ଟି ଘରୋଇ କେନ୍ଦ୍ର ରହିଛି ।

ସୂଚନା ଅନୁଯାୟୀ, ଆଜିସୁଦ୍ଧା ପୁରୁଷଙ୍କ ମଧ୍ୟରେ 1 କୋଟି 30 ଲକ୍ଷ 33 ହଜାର 1 ଜଣଙ୍କୁ ଟିକା ଦିଆଯାଇଥିବାବେଳେ 1 କୋଟି 20 ଲକ୍ଷ 89 ହଜାର 789 ଜଣ ମହିଳା ଟିକା ନେଇଛନ୍ତି । ସେଥିମଧ୍ୟରୁ 2 କୋଟି 17 ଲକ୍ଷ 35 ହଜାର 729 କୋଭିସିଲ୍ଡ ଡୋଜ ଦିଆଯାଇଥିବାବେଳେ 33 ଲକ୍ଷ 86 ହଜାର 771 କୋଭାକ୍ସିନ ଡୋଜ ନେଇଛନ୍ତି ।

60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମୋଟ 53 ଲକ୍ଷ 62 ହଜାର 631 ଡୋଜ ଦିଆଯାଇଥିବାବେଳେ 45 ବର୍ଷରୁ 59 ବର୍ଷ ପର୍ଯ୍ୟନ୍ତ ଟିକା ନେଇଛନ୍ତି 77 ଲକ୍ଷ 54 ହଜାର 40 ଜଣ । ଏହାବ୍ୟତୀତ 18 ବର୍ଷରୁ 45 ବର୍ଷ ପର୍ଯ୍ୟନ୍ତ 1 କୋଟି 20 ଲକ୍ଷ 11 ହଜାର 464 ଡୋଜ ଟୀକାକରଣ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.