ଭୁବନେଶ୍ବର: ସେପ୍ଟେମ୍ବର 27 ତଥା ରବିବାର ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ପ୍ରରିପ୍ରେକ୍ଷୀରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବିଶାଳ ବାଇକ ରାଲିର ଆୟୋଜନ କରାଯାଉଛି । ଯାହାର ନାମ ରହିଛି ‘ଓଡିଶା ବାଏ ରୋର୍ଡ୍ସ ’ ।
ସୂଚନା ଅନୁଯାୟୀ ରାଜଧାନୀର ପଟିଆରୁ ଶାନ୍ତି ସ୍ତୁପ ଧଉଳି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ବାଇକ ରାଲି ।
ପ୍ରତିବର୍ଷ ପର୍ଯ୍ୟଟନ ବିଭାଗ ବିଭିନ୍ନ ନୂତନ କାର୍ଯ୍ୟକ୍ରମ କରିଥାଏ । ଚଳିତ ବର୍ଷ କୋରୋନା ମହାମାରୀ ସମୟରେ ମଧ୍ୟ ବିସାଲ ବାଇକ ରାଲି କରିବାକୁ ଯୋଜନା ରଖିଛି ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ