ETV Bharat / city

ଓଡିଶା ମୁହାଁ ସିରିଜ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ଆଶଙ୍କା - heavy rain

ରାଜ୍ୟରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସୁଛି ସିରିଜ ଘୁର୍ଣ୍ଣିବଳୟ । ପ୍ରବଳ ବର୍ଷା ଆଶଙ୍କା କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଓଡିଶା ମୁହାଁ ସିରିଜ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ଆଶଙ୍କା

author img

By

Published : Sep 20, 2021, 3:58 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । 25 ସେପ୍ଟେମ୍ବରରେ ପୂର୍ବ-କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯିବା ପରେ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ପ୍ରଭାବରେ ରାଜ୍ୟରେ 26 ସେପ୍ଟେମ୍ବରରୁ ପ୍ରବଳ ବର୍ଷା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି । ଏହା ସମୁଦ୍ର ପତନଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହାପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସିରିଜ ଘୁର୍ଣ୍ଣିବଳୟ ମାଡିଆସୁଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ 24 ଘଣ୍ଟା ପାଇଁ ଯେଉଁ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ସେଗୁଡିକ ମଧ୍ୟରେ ମୁଖ୍ୟତଃ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଜିଲ୍ଲା ସାମିଲ ରହିଛି । ଏହାସହିତ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ କିଛି ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.