ETV Bharat / city

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଖରିଫରେ 63 ଲକ୍ଷ ଟନ୍‍ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛି ଓଡିଶା - କ୍ୟାବିନେଟ ବୈଠକ

ଖରିଫ ଓ ରବିଋତୁରେ 63 ଲକ୍ଷ ଓ 14 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ରହିବ । ଏନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଖରିଫରେ 63 ଲକ୍ଷ ଟନ୍‍ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛି ଓଡିଶା

author img

By

Published : Oct 11, 2021, 6:20 PM IST

Updated : Oct 11, 2021, 6:36 PM IST

ଭୁବନେଶ୍ବର: ଚଳିତ ଖରିଫ ବର୍ଷ 52 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବ । ଖରିଫ ଓ ରବିଋତୁରେ 63 ଲକ୍ଷ ଓ 14 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ରହିବ । ଏହାଠାରୁ ଯଦି ଅଧିକ ଧାନ ହୁଏ ତେବେ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ । ରାଜ୍ୟ ସରକାର ତାହାକୁ କ୍ରୟ କରିବେ । ଆବଶ୍ୟକସ୍ଥଳେ ଏହି ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରାଯାଇ ପାରିବ । ଏନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

କ୍ୟାବିନେଟ ନିଷ୍ପତ୍ତିର ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଖରିଫ ବିପଣନ ବର୍ଷ 2021/22 ଅକ୍ଟୋବର 1ରୁ ଆରମ୍ଭ ହୋଇ 2022 ସେପ୍ଟେମ୍ବର 30ରେ ଶେଷ ହେବ । ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବିଋତୁ ପାଇଁ ପୃଥକ୍‍ ଭାବରେ ଧାନ ସଂଗ୍ରହ କରିବେ । ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ । ନିଯୁକ୍ତି ପ୍ରାପ୍ତ ମିଲରମାନଙ୍କ ଦ୍ୱାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ ।

ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ । ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସଂପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି ।

2021 ନଭେମ୍ବରରୁ 2022 ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ରବି ଧାନ ମେ’ରୁ ଜୁନ୍‍ ମଧ୍ୟରେ ସଂଗ୍ରହ କରାଯିବ । କେବଳ ପଞ୍ଜିକୃତ ଚାଷୀମାନଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ । ଧାନ ବିକ୍ରି ପାଇଁ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ । ପଞ୍ଜିକୃତ ଯୋଗ୍ୟ ଚାଷୀମାନଙ୍କୁ ଧାନ ସଂଗ୍ରହ ସଂପର୍କରେ କ୍ରୟ ଓ ପରିମାଣ ସମ୍ପର୍କରେ ଆଗୁଆ ସୂଚନା ମୋବାଇଲ ଫୋନକୁ ଏସଏମଏସ ମାଧ୍ୟରେ ସୂଚାଇ ଦିଆଯିବ ।

ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ । ଚାଷୀମାନେ ଉତ୍ପାଦିତ ଫସଲର କିଛି ଅଂଶ ରଖିବା ଉପରେ କୌଣସି ବାଧ୍ୟବାଧକତା ରହିବ ନାହିଁ । ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ଓ ଗ୍ରେଡ-ଏ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 1940ରୁ 1960 ଟଙ୍କା ହାରରେ ପ୍ରଦାନ କରାଯିବ । ଧାନର ମାନ ଏଫଏକ୍ୟୁ ହେବା ଆବଶ୍ୟକ । ଯାହାକି ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ । କଷ୍ଟମ ମିଲରମାନେ ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଚାଉଳ ଫେରସ୍ତ କରିବେ । ଧାନ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ୍‍ ଦରରେ ବିକ୍ରି ହେଲେ ତାହା 1955 ଆକ୍ଟ ଅନୁସାରେ ଦଣ୍ଡିତ ହେବେ ।

ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ । ଓଡ଼ିଶା ଯୋଗାଣ ନିଗମ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରିପାରିବେ । ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଅନ୍‍ଲାଇନ ପ୍ରକ୍ରିୟାରେ ସିଧାସଳଖ ପ୍ରେରଣ କରାଯିବ । ଏହି ପ୍ରାପ୍ୟ ପ୍ରଦାନ ସରକାରଙ୍କୁ ଧାନ ବିକ୍ରିର 24ରୁ 48 ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ । ପୂର୍ବବର୍ଷ ପରି ପି-ପାସ ସଫ୍ଟୱେୟାର ମାଧ୍ୟମରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଅନଲାଇନ ପ୍ରକ୍ରିୟାରେ ସଂପାଦନ କରାଯିବ । ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ/ସଂଗ୍ରହକାରୀ ସଂସ୍ଥା ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 11, 2021, 6:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.